oom

ଶିଶୁ ଦିବସରେ ପୁରାତନ ଛାତ୍ର କେତନ ରଣାଙ୍କୁ ସମ୍ବର୍ଦ୍ଧନା

jsmm

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର କେତନ ରଣା (୨୦୨୧ ମେଟ୍ରିକ ବ୍ୟାଚ)ଙ୍କୁ ଆଜି ଶିଶୁ ଦିବସ ଅବସରରେ ସ୍କୁଲ ପ୍ରଧାନ ସିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର ,ସହକାରୀ ପ୍ରଧାନ ଶିକ୍ଷକଙ୍କ ସହ ଶିକ୍ଷକ ଅଶୋକ ବିଶ୍ୱାଳ, ଖେଳ ଶିକ୍ଷକ ବେଣୁଧର ରଣା ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶ ଥାଉ କି ଉକ୍ତ ଛାତ୍ରଙ୍କ ବାପା ଡମ୍ବରୁ ରଣା ଏବଂ ମାତା ହେମ ରଣା ଗ୍ରାମ କବିଚନ୍ଦ୍ରପୁର ହୋଇଥିବା ବେଳେ ତାଙ୍କ ଲିଖିତ ‘ସେ ଦିନ ବି ରାତି ପାହି ନ ଥିଲା’ ୬୮ ପୃଷ୍ଠା ବିଶିଷ୍ଟ ଉପନ୍ୟାସଟି କୋଠାଘର ସାହିତ୍ୟ ପ୍ରକାଶନ ଭୁବନେଶ୍ୱର ଦ୍ୱାରା ପ୍ରକାଶନ ହୋଇ ଉଚ୍ଚ କୋଟିର ଲେଖା, ଶବ୍ଦ ସଂଯୋଜନା ଓ ବିଭିନ୍ନ ଦିଗରୁ ବେଶ ପ୍ରଶ୍ନସିତ ହୋଇଛନ୍ତି । ସେ ବର୍ତ୍ତମାନ ଭବାନୀପାଟଣା ସରକାରୀ ମହାବିଦ୍ୟାଳୟରେ ଓଡ଼ିଆ ଅନର୍ସ +୩ ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି ।

jittmm
Leave A Reply

Your email address will not be published.