csstore

ପୃଥିରାଜ ଗୋଶାଳା ଠାରେ ଗୋ ମାତାମାନଙ୍କୁ କେଶରୀୟା ହିନ୍ଦୁ ବାହିନୀ ତରଫରୁ ରକ୍ଷାବନ୍ଧନ ଅବସରରେ ରକ୍ଷା ବନ୍ଧନ କରିବା ସହ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ରକ୍ଷାବନ୍ଧନ ଅବସରରେ କେଶରୀୟା ହିନ୍ଦୁ ବାହିନୀ ତରଫରୁ ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ସକାଳ ୧୦ଟାରେ ବଲାଙ୍ଗିର ସ୍ଥିତ ପୃଥିରାଜ ଗୋଶାଳା ଠାରେ ଗୋ ମାତାମାନଙ୍କୁ ରକ୍ଷାବନ୍ଧନ କରିବା ସହ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ କୋଷାଧ୍ୟକ୍ଷ ସୁଶିଲ ସାହୁ, ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ସଚିବ ହରେକୃଷ୍ଣ ବେହେରା, ପ୍ରଦୀପ ସାହୁ, ଦେବରାଜ ନାଗ, ଭାସ୍କର ରାଓ, ଅଂଶୁମାନ ପଟେଲ, ପ୍ରଶାନ୍ତ ମିଶ୍ର, ପିତାମ୍ବର ଷ।ଣ୍ଢ, ସୁରଜ୍, ବାକୁଲ୍, ରବୀନ୍ଦ୍ର ନାଏକ, ରାଜୁ ନାଏକ୍, ବୁଲୁ ପର୍ଡିଆ, ସିଦ୍ଧାର୍ଥ ବହିଦାର, ସୌଭାଗ୍ୟ ସ୍ୱାଇଁ, ସନତ୍ ପାତ୍ର, ଶମ୍ଭୁ ସୁନା ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

jayashree
Leave A Reply

Your email address will not be published.