ଶାସ୍ତ୍ରୀନଗର ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମୁଖ୍ୟ ଚିକିତ୍ସାଳୟକୁ ଓଡିଶା ସରକାରଙ୍କ ୨୦୨୧-୨୨ ବର୍ଷ ପାଇଁ “କମାଣ୍ଡେବୁଲ କାୟାକଳ୍ପ ପୁରସ୍କାର” ପ୍ରଦାନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ନେସ୍‌ନାଲ୍‌ ପିସ ୟୁନିସନ (ଭାରତ)ଦ୍ୱାରା ପରିଚାଳିତ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ଶାସ୍ତ୍ରୀନଗର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବିବିଏମ୍‌ସିଏଚ୍‌ ଓ କାନ୍ଧପାଲି ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଆୟୋଜିତ ରାଜ୍ୟ ଟିମର ପ୍ରତ୍ୟକ୍ଷ ନିରୀକ୍ଷଣ ଓ ତଦାରଖ ମାଧ୍ୟମରେ କାୟାକଳ୍ପ, ଯାହା ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତି ଉନ୍ନତ ସ୍ୱାସ୍ଥ୍ୟ ପରିଚାଳନା ଓ ସୁନ୍ଦର ଚିକିତ୍ସାଳୟ ପରିବେଶ ପାଇଁ ଉଦ୍ଦିଷ୍ଟ ତାହା ମିଳିବାରେ ସହାୟକ ହୋଇ ପାରିଛି । ଉପରୋକ୍ତ କାୟାକଳ୍ପ ପୁରସ୍କାର ପାଇଁ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ମାଧ୍ୟମରେ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସ୍ନେହଲତା ସାହୁ, ଜିଲ୍ଲା ପ୍ରୋଜେକ୍ଟ ମେନେଜର(ଡିପିଏମ୍‌) ମୃତ୍ୟୁଞ୍ଜୟ ମୁଣ୍ଡ, ଜିଲ୍ଲା ଲୋକ ସ୍ୱାସ୍ଥ୍ୟ ଅଫିସର (ଡିପିଏଚ୍‌ଓ) ଡା. ଡି. କେ ପତି, ଅତିରିକ୍ତ ଜିଲ୍ଲା ପ୍ରଜେକ୍ଟ ମେନେଜର ରାମାନୁଜ ପଣ୍ଡା, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଫିସର ଡା. ସୁଧା ବାର୍ଲା, ପିସ ୟୁନିସନ ନିର୍ଦେଶକ -ସତ୍ୟ ରଞ୍ଜନ ମିଶ୍ର, ଚେୟାରମ୍ୟାନ ରବି ରଞ୍ଜନ ପୂଜାରୀ, ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ ଇତ୍ୟାଦି ଏହି ସୁପରିଚାଳନା ତଥା ପୁରସ୍କାର ପାଇଁ ଓଡିଶା ସରକାରଙ୍କୁ ତଥା ଚିକିତ୍ସାଳୟର ସମସ୍ତ ସଭ୍ୟ, ସଭ୍ୟାମାନଙ୍କ ଆନ୍ତରିକ ସେବା ଉଦ୍ୟମ ପାଇଁ ତଥା ଚିକିତ୍ସାଳୟକୁ ସବୁଜ ସୁନ୍ଦର ତଥା ସ୍ୱାସ୍ଥ୍ୟ ଉପଯୋଗୀ କରିବା ପ୍ରଚେଷ୍ଟା ପାଇଁ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଉପରୋକ୍ତ ପୁରସ୍କାରକୁ ରାଜ୍ୟ ସରକାରଙ୍କ କିମ୍ବା ଜିଲ୍ଲାର ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି ।

Leave A Reply

Your email address will not be published.