ମହିମୁଣ୍ଡାରେ ବନ ବିଭାଗର ଚଢାଉ : ପିକ୍‌ଅପ୍‌ ସହ ଲକ୍ଷାଧିକ ଟଙ୍କାର କାଠ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ଠାରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ପିକ୍‌ଅପ୍‌ ସହ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ରେଂଜର କେଶବ କିଶୋର ନାୟକଙ୍କ ନେତୃତ୍ୱରେ ନାଇଟ ପେଟ୍ରୋଲିଂ ଟିମ୍‌ ମହିମୁଣ୍ଡାରୁ ବଲାଙ୍ଗିର ଆସୁଥିବା ଏକ ପିକ୍‌ଅପ୍‌ ଭେନ୍‌ ଓଆର୍‌୧୫ଆର୍‌୭୭୦୮ରେ ଚଢାଉ କରାଯାଇଥିଲା ଓ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍‌ ମାରିବାରେ ସଫଳ ହୋଇଥିଲା । ଅନ୍ୟପଟେ ଘଟଣା ସଂପର୍କରେ ଅଧିକ ତଦନ୍ତ ଚାଲୁଥିବା ନେଇ ରେଂଜର କେଶବ କିଶୋର ନାୟକ କହିଛନ୍ତି ।

Leave A Reply

Your email address will not be published.

1 × 3 =