pakka

କାଠ ଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର

bbehera

ଆର.ଉଦୟଗିରି : କାଠ ଚାଲାଣ ବେଳେ ଓଲଟିଲା ଟ୍ରାକ୍ଟର । ଗଜପତି ଜିଲା ଅଡ଼ବା ଥାନା ପାହାଡିମା ଘାଟିରେ କାଠ ଚାଲାଣ ବେଳେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ଖବର ମିଳିଛି । ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଛି ।

ବିଶେଷ ସୂତ୍ରରୁ ଖବର ପାଇ ଅଡବା ବନପାଳ ପ୍ରଶାନ୍ତ ବେହେରାଙ୍କ ସହ ମୋହନା ବନ ବିଭାଗ କର୍ମଚାରୀଙ୍କ ଘଟଣାସ୍ଥଳରେ ପହଞ୍ଚି କାଠ ସହ ଏକ ନମ୍ବର ବିହୀନ ଟ୍ରାକ୍ଟର ଓ ପେଟ୍ରୋଲିଂ କରି ଯାଉଥିବା ଏକ ବାଇକକୁ ଜବତ କରିଥିଲେ । ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ କଟାମା ଗାଁର ଗାଡି ଚାଳକ ସୁଧାକର ବେହେରା ଓ ପଣସଡିହ ଗାଁର ଦିବାକର ଦଳାଇ । ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଅଭିଯୁକ୍ତ ଦ୍ୱୟ ଅଡବା ଥାନା ଅଧୀନ ଖାରିଗୁଡ଼ା ପଞ୍ଚାୟତ ବେତଗଣ୍ଡା ବିଟ୍‌ ଅଞ୍ଚଳରୁ ଟ୍ରାକ୍ଟରରେ ପିଆଶାଳ ସାଇଜ କାଠ ବୋଝେଇ କରି ଗଞ୍ଜାମ ଜିଲା ଗୌଡଗୋଠ ଗ୍ରାମ ଅଭିମୁଖେ ଯାଉଥିବା ତଦନ୍ତରୁ ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

17 − 1 =

error: Content is protected !!