om academy

ପାଟଣାଗଡ଼ ବନ ବିଭାଗ ଦ୍ଵାରା କୁର୍ଲୁ କାଠ ବୋଝେଇ ମନି ଟ୍ରକ୍ ଜବତ : ଚାଳକ ଫେରାର୍‌

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ରେଞ୍ଜ ଅଧିନସ୍ଥ ପାଢେଲ ବନ ସର୍କଲର ବନ ବିଭାଗ ଦ୍ଵାରା କୁର୍ଲୁ କାଠ ବୋଝେଇ ମନି ଟ୍ରକ୍ ଜବତ କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗିର ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ପାଟଣାଗଡ଼ ରେଞ୍ଜର ସଦଳବଳେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ପଦ୍ମପୁର ରୋଡ଼ ସ୍ଥିତ କିରାବାହାଲରୁ ପାଢେଲ ବନ ସର୍କଲ ଫରେଷ୍ଟର ବିନୋଦ ବିହାରୀ ଧରୁଆଙ୍କୁ ଆଗତୁରା ସୂଚନା ମିଳିଥିଲା । ଡିଏଫ୍‌ଓଙ୍କ ସୂଚନାକୁ ଆଧାର କରି ବିଭାଗର ଗାଡ଼ି ନନେଇ ଏକ ଭଡ଼ା ଗାଡ଼ି ନେଇ କିରାବାହାଲ ପତ୍ରାଜଙ୍ଗଲକୁ ରାତିରେ ପହଞ୍ଚି ଥିଲେ । ସେଠାରେ ଏକ ମିନି ଟ୍ରକ ଗାଡ଼ି ନମ୍ବର ଓଆର୧୫ବି ୬୧୧୮ରେ କୁର୍ଲୁ କାଠ ବୋଝେଇ ହୋଇ ଚାଲାଣ ବେଳେ ବନବିଭାଗର କର୍ମଚାରୀଙ୍କୁ ଦେଖି ଗାଡ଼ି ଚାଳକ ଓହ୍ଲାଇ ଫେରାର ହୋଇଯାଇଥିଲା । କାଠ ବୋଝେଇ ମିନି ଟ୍ରକ ଗାଡ଼ିକୁ ପାଟଣାଗଡ଼ ରେଞ୍ଜ କାର୍ଯ୍ୟାଳୟ ଆଣିଥିଲେ । ଉକ୍ତ ବୋଝେଇ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ରେଞ୍ଜର ଆନନ୍ଦ କୁମାର ବିଶି ସୂଚନା ଦେଇଛନ୍ତି । କୁର୍ଲୁ କାଠର ଆନ୍ତର୍ଜାତିକ ବଜାରରେ ଅଧିକ ଚାହିଦା ରହିଥିବା ଏବଂ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରାଯାଉଥବା ବେଳେ କାଠ ମାଫିଆ ମାନେ ସକ୍ରିୟ ହୋଇ ବ୍ୟବସାୟ ଚଳାଇଥିବା ଜଣାପଡ଼ିଛି । ବନବିଭାଗ ପକ୍ଷରୁ କଡା ପେଟ୍ରୋଲିଂ ବ୍ୟବସ୍ଥା କରାନଯାଏ ତେବେ ବନଜାତ ଦ୍ରବ୍ୟ କର୍ଲୁ ଭଳି ଦୂର୍ଲଭ ଗଛ ଲୋପ ପାଇଯିବ । ପେଟ୍ରୋଲିଂ ସମୟରେ ପାଟଣାଗଡ଼ ଫରେଷ୍ଟର ଗୁଣନିଧି ପରିଡ଼ା, ଲରମ୍ଭା ଫରେଷ୍ଟ ଗାର୍ଡ ସୁନ୍ଦରରାମ ସାଏଙ୍କ ସହ ପାରାଷ୍ଟାଫ ଉପସ୍ଥିତ ଥିଲେ ।

Leave A Reply

Your email address will not be published.