csstore

ମୁକୁନ୍ଦପୁରରେ ବଲାଙ୍ଗିର ବନ ବିଭାଗର ଚଢ଼ଉ : ଲକ୍ଷାଧିକ ଟଙ୍କାର କାଠ ଜବତ୍‌, ଅଭିଯୁକ୍ତ ଫେରାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ମୁକୁନ୍ଦପୁର ଗାଁର କିଶୋର ବଢ଼ିଆଙ୍କ ଘର ଉପରେ ବଲାଙ୍ଗିର ବନ ବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର କାଠ ଜବତ୍‌ କରିଥିବା ସୂଚନା ମିଳିଛି । ବଲାଙ୍ଗିର ରେଂଜର୍‌ କେଶବ କିଶୋର ନାଏକଙ୍କ ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ବନବିଭାଗ କର୍ମଚାରୀମାନେ ମୁକୁନ୍ଦପୁର ଗାଁର କିଶୋର ବଢ଼ିଆଙ୍କ ଘର ଉପରେ ଚଢ଼ାଉ କରିଥିବା ବେଳେ ଦୁଇ ପିକ୍‌ଅପ୍‌ ଗାଡ଼ି ଭର୍ତ୍ତି ରେଙ୍ଗାଲ ସାଇଜ୍‌, ବିଜା ଓ ଶାଗୁଆନ୍‌ ପଟା ଜବତ୍‌ କରିଛନ୍ତି । ଜବତ୍‌ କାଠର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନାରେ କୁହାଯାଇଛି । ତେବେ ଅଭିଯୁକ୍ତ କିଶୋର ଚଢ଼ଉ ପୂର୍ବରୁ ଘରେ ତାଲା ମାରି ଫେରାର୍‌ ହୋଇଯାଇଥିବା କୁହାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ୍‌ କରିବା ଖୋଜୁଛି ବନ ବିଭାଗ ବୋଲି ସୂଚନା ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.