ପିପଲପଡ଼ା ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପିପଲପଡ଼ା ସ୍କୁଲର ଶିକ୍ଷକ କୁନ୍ଦୁରୁ ରଣାଙ୍କ ତତ୍ତ୍ଵାବଧାନରେ ଏକଲ ବିଦ୍ୟାଳୟ ଅଭିଯାନ ମାଧ୍ୟମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିପଲପଡ଼ା ଗ୍ରାମ ପ୍ରମୁଖ ହର ରଣା, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରି ବୃକ୍ଷର ରକ୍ଷଣାବେକ୍ଷଣ ନିମନ୍ତେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଅଭିଯାନ ପ୍ରମୁଖ ବିଷ୍ଣୁ ଷାଣ୍ଢ, ଦେଓଗାଁ ବ୍ଲକ ପ୍ରମୁଖ ଦେବାଧି ରଣା ଉପସ୍ଥିତ ଥିଲେ ।

Leave A Reply

Your email address will not be published.