oom

କେରମେଲିରେ ଜଙ୍ଗଲ ନିଆଁ ନିରୋଧ ସଚେତନତା କାର୍ଯ୍ୟକ୍ରମ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ସ୍ଥିତ ନର୍ସରିରେ ଆଜି ସଇଁନ୍ତଲା ବନାଞ୍ଚଳ ଓ ବଲାଙ୍ଗିର ବନଖଣ୍ଡଙ୍କ ମିଳିତ ଆନୁକୂଲ୍ୟରେ ଜଙ୍ଗଲ ନିଆଁ ନିରୋଧ ସଚେତନତା ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଡିଏଫଓ ସମୀର ଶତପଥୀ, ସଇଁନ୍ତଲା ବ୍ଳକ ଜଙ୍ଗଲ ବିଭାଗ ସଭାପତି ସୁବାଷ ଚନ୍ଦ୍ର ବୁଡେକ, ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ସଭାପତି କୁଳମଣୀ ସାହୁ ପ୍ରମୁଖ ମଞ୍ଚରେ ମଞ୍ଚ।ସିନ ଥିଲେ । ତେବେ ଦିନକୁ ଦିନ ଜଙ୍ଗଲରେ ଦୁର୍ବୃତ୍ତ ମାନେ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଅନେକ ନୀରିହ ବନ୍ୟଜନ୍ତୁଙ୍କ ଉପରେ ବିପଦ ପଡ଼ୁଛି । ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଜଙ୍ଗଲ ପୋଡି ମଧ୍ୟ ପାଉଁଶ ହୋଇଯାଇଛି । ଏହାକୁ ନେଇ ଵନ ବିଭାଗ ପକ୍ଷରୁ ମଧ୍ୟ ପ୍ରତ୍ୟେକ ଗାଁ ଗାଁକୁ ଯାଇ ମଧ୍ୟ ସଚେତନତା ଅଭିଯାନ ଆରମ୍ଭ ମଧ୍ୟ ହୋଇଯାଇଛି । ଏଥିରେ ବିଭିନ୍ନ ଗ୍ରାମର ଲୋକେଙ୍କ ସମେତ ଫରେଷ୍ଟର ରାଜକିଶୋର ହରପାଲ, ବିମ୍ବାଧର ବେହେରା, ଆଶ୍ୱିନୀ ଥନାପତି, ସୁଧୀର ଜେନା, ସତ୍ୟାନନ୍ଦ ପଧାନ, ରଞ୍ଜିତ କୁମ୍ଭାର, ସୁରେଶ ବୈଠାରୁ, ମୁରଲୀଧର ବେହେରା, ଗଙ୍ଗାଧର ମେହେର, ନମିତା ତାଣ୍ଡି, ମମତା ରାଉତ, ମିନାକ୍ଷୀ ପାତ୍ର, ଶୁଭ୍ରଜ୍ୟୋସ୍ନା ସାହୁ, ଜଙ୍ଗଲ କମିଟି ସଭ୍ୟା ନିଳେନ୍ଦ୍ରୀ ଭୋଇ, ସାବେତ୍ରି ଭୋଇ ସମେତ ବିଭିନ୍ନ ଗ୍ରାମର ସଦସ୍ୟ ମାନେ ଜଙ୍ଗଲ ସଚେତନତା ଅଭିଯାନରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.