pakka

ବାପା ଛେଉଣ୍ଡ, ମା’ ପାଗଳି : ଭାଇଭଉଣୀଙ୍କର କରୁଣ କାହାଣୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଭେଉଁରିଆ ପଞ୍ଚାୟତ ବୁଧାପାଲି ଗ୍ରାମରେ ଏକ ଆଦିବାସୀ ପରିବାରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମରେ ଶ୍ୟାମ ସୁନ୍ଦର ନେଗୀ ଆଜକୁ ୫ବର୍ଷ ହେଲାଣି କୌଣସି ଅଜଣା ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ସ୍ୱାମୀଙ୍କର ମୃତ୍ୟୁ ପରେ ପତ୍ନୀ ଉମା ନେଗୀ ତାଙ୍କ ସ୍ୱାମୀଙ୍କୁ ଝୁରିଝୁରି ପାଗଳି ହୋଇ ତାଙ୍କ ମା’ ଘର କୁଦୋଗୁଡାରେ ରହୁଛନ୍ତି । ହେଲେ ପରିତାପର ବିଷୟ ତାଙ୍କର ଗୋଟିଏ ପୁଅ ରାହୁଲ ନେଗୀ ଓ ଝିଅ ପୂଜା ନେଗୀ ବେସାହାରା ହୋଇ ତାଙ୍କ ବଡ ମା’ ଘରେ ଆଶ୍ରୟ ନେଇଛନ୍ତି । ଅନେକ ଘରେ ଆଶ୍ରୟ ନେଇ ଦୟା ପରବଶ ହୋଇ କେତେବେଳେ ଖାଇବାକୁ ପାଉଛନ୍ତି ତ କେତେବେଳେ ଭୋକ ଉପାସରେ ଦିନ କାଟୁଛନ୍ତି । ଆହା କହିବାକୁ କେହି ନାହାନ୍ତି । ତାଙ୍କୁ ଏହି ବାଲ୍ୟାବସ୍ଥାରେ ଠିକ୍‌ ଭାବରେ ଦେଖାଶୁଣା ତଥା ଲାଳନପାଳନ କରିବାକୁ କେହି ନାହିଁ । ଝିଅ ପୂଜା ନବମ ଶ୍ରେଣୀରେ ଓ ପୁଅ ରାହୁଲ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କର ବାପା ଜୀବିତ ଅବସ୍ଥାରେ ଥିଲା ସମୟରେ ଘର ଖଣ୍ଡିଏ ଥିଲା ତାହା ସଂପୂର୍ଣ୍ଣ ଭାବେ ଭାଙ୍ଗି ଉଜୁଡି ଗଲାଣି । ରହିବା ପାଇଁ ଘର ଖଣ୍ଡିଏ ମଧ୍ୟ ନାହିଁ । ପର ଦାଣ୍ଡ ପିଣ୍ଡାରେ ଦିନ କାଟୁଛନ୍ତି ଏହି ଦୁଇ ଭାଇଭଉଣୀ ରାହୁଲ ନେଗୀ ଓ ପୂଜା ନେଗୀ । ଏହି କରୁଣ କାହାଣୀ ପ୍ରତି ଦୃଷ୍ଟି ଦେଇ ବ୍ଲକ ଓ ଜିଲ୍ଲା ପ୍ରଶାସନ ସଦୟ ହୋଇ ଭାଇ ଭଉଣୀଙ୍କର ଯଦି ଉଚିତ ଥଇଥାନ କରନ୍ତେ ତାଙ୍କର ଭବିଷ୍ୟତ ଉଜ୍ଜ୍ବଳ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

eighteen − sixteen =

error: Content is protected !!