pakka

ଯୁଧିଷ୍ଠିର ମିଶ୍ରଙ୍କ ଜନ୍ମ ଜୟନ୍ତୀ ପାଳନ କଲା ନରସିଂହ ସେନା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୋଗଜନ୍ମାଙ୍କ ଜନ୍ମ ମାଟି ଛତାମଖନାରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ୧୦୭ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ନରସିଂହ ସେନା ସଭାପତି ଶୁଭ୍ରାଂଶୁ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରାଧ୍ୟାପକ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ରବି ଶଙ୍କର ପାଣ୍ଡିଆ, ମୁଖ୍ୟ ବକ୍ତା ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ପଥରଚେପାର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର, ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଲୋଇସିଂହା ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ଓକିଲ ଟଙ୍କଧର ଗଡତ୍ୟା, ବରିଷ୍ଠ ସାମାଜିକ କର୍ମୀ ଲୋକନାଥ କୁମୁରା ପ୍ରମୁଖ ଯୋଗଦେଇ ଶ୍ରୀ ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ । ବକ୍ତାମାନେ ସ୍ୱର୍ଗତ ଶ୍ରୀ ମିଶ୍ରଙ୍କ ଜୀବନୀ ଉପରେ ଆଲୋକପାତ କରି ତାଙ୍କର ବାଲ୍ୟଜୀବନ, ଶିକ୍ଷା ଦୀକ୍ଷା, ପ୍ରଜାମେଳି ଆନ୍ଦୋଳନର ନେତୃତ୍ୱ, ସାମନ୍ତବାଦୀ ହଟେଇ ସାମ୍ୟବାଦ ପ୍ରତିଷ୍ଠାରେ ତାଙ୍କର ନିର୍ଣ୍ଣାୟକ ଲଢେଇ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ତଥା ଜିଲ୍ଲାର ସମସ୍ତ ପ୍ରମୁଖ ଅନୁଷ୍ଠାନ ପ୍ରତିଷ୍ଠା ପାଇଁ ତାଙ୍କର ଭୂମିକା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ସେ ଥିଲେ ସେ ସମୟର ଅପ୍ରତିଦ୍ୱନ୍ଦୀ ଓକିଲ, ଓକିଲାତିର ବିଚାର ଉପରେ ତାଙ୍କରି ବିଚାର । ଗୋଟେ ଅଖ୍ୟାତପଲ୍ଲୀରୁ ଯାଇ ଓଡିଶାର ନାଁ କରା ଓକିଲ ହୋଇ ଆଗକୁ ଯାଇ ଭାରତୀୟ ସମ୍ବିଧାନ ସଭାର ସଭ୍ୟ ହୋଇ ବିଶ୍ୱକୁ ଗୋଟେ ସୁନ୍ଦର ସମ୍ବିଧାନ ପ୍ରଣୟନରେ ଥିବା ତାଙ୍କର ଅବଦାନ ପାଇଁ ସେ ଚିର ନମସ୍ୟ ହୋଇ ରହିବେ ବୋଲି ମତ ପ୍ରକାଶ ପାଇଥିଲା । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ବ୍ୟକ୍ତିତ୍ୱ ପାଇଁ ସାରା ଓଡିଶାରେ ବଲାଙ୍ଗିର ର ନାଁ ରହିଥିଲା । ତାଙ୍କରି ଜିବନୀକୁ ଲିପିବଦ୍ଧ କରିବାକୁ ଓ ଇତିହାସ ପାଠ୍ୟକ୍ରମରେ ଯୋଡିବାକୁ ସମସ୍ତେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ କିଶୋର ମିଶ୍ର, ସଚ୍ଚିଦାନନ୍ଦ ମିଶ୍ର, କେଶବ କରଣ, ପୂର୍ବତନ ସରପଞ୍ଚ ସରୋଜ ମେଶ୍ୱା, ସରପଞ୍ଚ ଜନ୍ମ ବାରିକ ପ୍ରମୁଖ ସହଯୋଗ କରିଥିଲେ । ମଞ୍ଚ ପରିଚାଳନ ଦାୟିତ୍ୱ ନେଇଥିଲେ ସରୋଜ ବିଶ୍ୱାଲ । ଶେଷରେ ମୁରଲି ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ଦ୍ୱାରା ପୂର୍ବସୁରିଙ୍କୁ ସମ୍ମାନ ଦେବା ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିଥିଗଣ ଭୂୟସୀ ପ୍ରଶଂସା କରିଥିଲେ । ଏପରି କାର୍ଯ୍ୟକ୍ରମ ବର୍ତ୍ତମାନର ଯୁବପିଢି ତଥା ସମାଜକୁ ପ୍ରେରଣା ଦେବ ବୋଲି ବକ୍ତାମାନେ ଆଶା ପ୍ରକଟ କରିଛନ୍ତି । ପଞ୍ଚାୟତର ବହୁ ବୁଦ୍ଧିଜୀବୀ ଏହି ଉତ୍ସବରେ ଯୋଗ ଦେଇଥିଲେ ।

jay balangir
Leave A Reply

Your email address will not be published.

thirteen + thirteen =

error: Content is protected !!