pakka

ଅରିଲୋରେ କରୋନା ଟୀକାଦାନ କାର୍ଯ୍ୟକ୍ରମ ବନ୍ଦ ହୀନ ଚକ୍ରାନ୍ତ ନେଇ ସାଧାରଣରେ ଅସନ୍ତୋଷ

bbehera

କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର କିଶନନଗର ଥାନା ଅରିଲୋ ପଞ୍ଚାୟତର ଅରିଲୋ ସ୍କୁଲରେ ସ୍ଥାନୀୟ ଦିବ୍ୟାଙ୍ଗ, ବୃଦ୍ଧ ତଥା ମହିଳା ଓ ଜନସାଧାରଣଙ୍କୁ ସୁବିଧାରେ ଭାକ୍ସିନ୍ ଦେବାପାଇଁ ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ କାର୍ଯ୍ୟକର୍ତା ମାନେ ସିଡିଏମୋ, ବେଣ୍ଟକାର ଓ କିଶନନଗର ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ଅନୁମତି କ୍ରମେ ଭାକ୍ସିନ୍ କ୍ୟାମ୍ପ୍ ଆୟୋଯନ କରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଗତ ରାତିରେ ଅନୁମତି ଦେଇଥିଲେ । ମାତ୍ର ସକାଳୁ ଅନୁମତି ପତ୍ର, ଦରଖାସ୍ତ ଆଦିର ବାହାନା କରି ଭାକ୍ସିନ୍ ସହ ଡାକ୍ତରୀ ଟିମକୁ ଫେରାଇ ଦେଇଥିଲେ ଯାହାକି କାହା ଚାପରେ ଏସବୁ କରାଯାଇଛି ବୋଲି ସ୍ପଷ୍ଟ ଅନୁମେୟ । ଭାକ୍ସିନ୍ ନେବା ପାଇଁ ଆସିଥିବା ଗ୍ରାମବାସୀ ଉତ୍ୟକ୍ତ ହୋଇ ସ୍କୁଲ୍ର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତୀବ୍ର ବିରୋଧ କରିବାସହ ଦୃଢ଼ ନିନ୍ଦା କରାଯାଇଛି । ଏହାକୁ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ହୀନମନ୍ୟତା ବୋଲି ମତ ବ୍ୟକ୍ତ କରିଛନ୍ତି । ପରେ ଦେଖିବାକୁ ମିଳିଛି ଜୈନିକ ଠିକାଦାର ସ୍କୁଲ୍ ପରିସରକୁ ନିଜର ବ୍ୟକ୍ତିଗତ ଭାବେ ବ୍ୟବହାର କରିଆସୁଛନ୍ତି । ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ କାର୍ଯ୍ୟକଳାପକୁ ନେଇ ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖି ଶାସକ ଦଳ ଚାପ ପକାଇ ଭାକ୍ସିନେସନ୍ କାର୍ଯ୍ୟକ୍ରମକୁ ବନ୍ଦ କରାଇଛନ୍ତି ବୋଲି ସାଧରଣରେ ଚର୍ଚ୍ଚା ହେଉଛି ।

jay balangir
Leave A Reply

Your email address will not be published.

3 − 3 =

error: Content is protected !!