jayashree

ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ

ସୁନ୍ଦରଗଡ, (କେପିଏନ୍‌ଏସ୍‌) : ସୁନ୍ଦରଗଡ ଜିଲ୍ଲାର ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ସୁନ୍ଦରଗଡ ଠାରେ ଅରୁଣା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା କର୍ମୀମାନଙ୍କୁ ମାନସିକ ସ୍ଵାସ୍ଥ୍ୟ ଓ ମନୋ ସାମାଜିକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଅନୁଷ୍ଟିତ ହୋଇଯାଇଛି। ସୁନ୍ଦର ଗଡ ଜିଲ୍ଲା ର ଶିଶୁ ଯତ୍ନ ଅନୁଷ୍ଠାନ, ଶିଶୁ ହେଲ୍ପ ଡେସ୍କ, ଶିଶୁ ସୁରକ୍ଷା ୟୁନିଟର କର୍ମୀ, ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ସିଆର୍‌ଏସ୍‌ର ମନୋରଞ୍ଜନ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ସ୍ୱାସ୍ଥ୍ୟ ଓ ମନୋ ସାମାଜିକ ଅଧିକାରୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଯୋଗଦାନ କରି ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇ ଥିଲେ।ତାଲିମ ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରିବନ୍ତ ଜେନା ଅତିଥି ଓ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ ଜଣାଇ ତାଲିମକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମକୁ ଅରୁଣାର ଜିଲ୍ଲା ପରାମର୍ଶଦାତା ଆକାଶ ପାତ୍ର ସଂଯୋଜନା କରିଥିଲେ । ତାଲିମଦାତ୍ରୀ ଭାବେ ଅମନ୍ ଫାଉଣ୍ଡେସନର ସୌମ୍ୟା ଏସ୍‌ ମହାପାତ୍ର ତାଲିମ ପ୍ରଦାନ କରିଥିଲେ । ମାନସିକ ସ୍ଵାସ୍ଥ୍ୟ ଓ ମନୋ ସାମାଜିକ ସହାୟତା, ମାନସିକ ଆଘାତର ପ୍ରଭାବ, ମାନସିକ ସ୍ଵାସ୍ଥ୍ୟ ଓ ମନୋ ସାମାଜିକ ପ୍ରାଥମିକ ଚିକିତ୍ସା, ସଙ୍କଟ ଗ୍ରସ୍ତ ଶିଶୁ ମାନଙ୍କ ପାଇଁ ସମ୍ବେଦନଶୀଳ ବ୍ୟବହାର, କାଉନସେଲିଂ ପ୍ରକ୍ରିୟା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ପ୍ରଦାନ କରିଥିଲେ । ଚାଇଲ୍ଡ ହେଲ୍ପ ଲାଇନ୍‌ର ଜିଲ୍ଲା ସଂଯୋଜକ ଜିତୁ ପଟେଲ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଜିଲ୍ଲା ପରାମର୍ଶଦାତା ଆକାଶ କୁମାର ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.