pakka

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ କର୍ମଶାଳା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ ସଂଗଠିତ କରାଯାଇ ମାଆମାନଙ୍କୁ ଆଦର୍ଶ ଚିନ୍ତାଧାରା ନେଇ ମାଆମାନଙ୍କ ମଧ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିବା ବେଳେ ଉପସଭାପତି ଶ୍ରୀମତୀ ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ରୂପେ ଶିକ୍ଷା ବିକାଶ ସମିତିର ସମ୍ଭାଗ ଶିଶୁ ବାଟିକାର ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ ଯୋଗ ଦେଇଥିଲେ । ତାଙ୍କ ବକ୍ତବ୍ୟରେ ଶିଶୁର ସଂସ୍କାରପୂର୍ଣ୍ଣ ଜୀବନରେ ମାଆମାନଙ୍କ ଭୂମିକା କିପରି ଗୁରୁତ୍ବପୂର୍ଣ୍ଣ ସେ ସମ୍ପର୍କରେ ଗୁରୁତ୍ତ୍ୱାରୋପ କରିଥିଲେ । ଶିଶୁ ବାଟିକାର ପ୍ରମୁଖ ଆଚାର୍ଯ୍ୟା ଶ୍ରୀମତୀ ବି. ସୁଶୀଳା ଗୁରୁମା କାର୍ଯ୍ୟଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ତାତ୍ପର୍ଯ୍ୟ ବୁଝାଇଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ ତଥା ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟଶାଳାରେ ପ୍ରାତଃ ଅଧିବେଶନର ସମସ୍ତ ଗୁରୁମା, ଗୁରୁଜୀଗଣ ସହଯୋଗ କରିଥିଲେ ।

Leave A Reply

Your email address will not be published.

3 × two =