jsm

ବ୍ରାହ୍ମଣସାହି ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଲେଖକ କର୍ମଶାଳା ଆୟୋଜିତ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ଏନ୍‌.ଏ.ସି. ଅଧିନସ୍ଥ ବ୍ରାହ୍ମଣସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟଳୟ ତରଫରୁ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଏବଂ ଲିଖନ ଉପରେ ବିଦ୍ୟାଳୟ ସ୍ତରୀୟ ଏକ ଶିଶୁ ଲେଖକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ ଧରି ଅନଲାଇନ କ୍ଲାସ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦିଅଯାଉଥିଲା । ଚଳିତ ବର୍ଷ ବିଦ୍ୟାଳୟକୁ ପୁଣି ଛାତ୍ର ଛାତ୍ରୀ ଆସି ଶିକ୍ଷାଗ୍ରହଣ କରୁଥିବାରୁ ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତରଫରୁ ଏହି କର୍ମଶାଳା ପ୍ରଥମ କରି ଆରମ୍ଭ କରାଯାଇଥିଲା । ଏହି ଅଭିନବ ଭାଷା ଶୈକ୍ଷିକ କର୍ମଶାଳାରେ ବିଦ୍ୟାଳୟ ପରିଚାଳନା କମିଟିର ସଭା ନେତ୍ରୀ ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥି ବେହେରା, ସମ୍ମାନିତ ଅତିଥି ଭାବେ ସିଆର୍‌ସିସି ସୂର୍ଯ୍ୟ ନାରାୟଣ ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ଜାନି ଏବଂ ମୁଖ୍ୟବକ୍ତା ଭାବେ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସମ୍ପାଦକ ପଞ୍ଚାନନ ଖଟୁଆ ପ୍ରମୁଖ ଯୋଗ ଦେଇଥିଲେ । ମଂଚାସୀନ ଅତିଥିମାନେ ଭାଷା ଶିକ୍ଷଣରେ ପଠନ, ଆବୃତ୍ତି ଓ ଲିଖନ ଦକ୍ଷତାର ବିଭିନ୍ନ ସର୍ଜନାତ୍ମକ ଦିଗପ୍ରତି ଗୁରୁତ୍ୱାରୋପ କରିଥିଲେ । ଭାଷା ଓ ସାହିତ୍ୟ ଶିକ୍ଷା ଦ୍ୱାରା ସ୍କୁଲ ପିଲାଙ୍କ ବିଭିନ୍ନ ସର୍ଜନାତ୍ମକ ଦକ୍ଷତା ଅଭିବୃଦ୍ଧି ପାଇଁ ଆୟୋଜିତ ପ୍ରତ୍ୟକ୍ଷ ଶିକ୍ଷଣ ତଥା କବିତା ଆବୃତ୍ତି, ଗଦ୍ୟ ପଠନ ଓ ଲିଖନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରଶଂସାପତ୍ର ଓ ଶିଶୁ ଲେଖା ପୁସ୍ତକ ପ୍ରଦାନ କରାଯାଇଥିଲା । ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବେହେରା ପ୍ରକୃତିବନ୍ଧୁ, ସମାଜସେବୀ ତଥା କବି ପଞ୍ଚାନନ ଖଟୁଆଙ୍କୁ ତାଙ୍କର ଉଲ୍ଲେଖନୀୟ ସାହିତ୍ୟ ସୃଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆର୍‌.ନୂଆଗାଁ କ୍ଲଷ୍ଟର ଶିକ୍ଷା ସଂଯୋଜକ ଲୋକନାଥ ବେହେରା, ଶିକ୍ଷୟିତ୍ରୀ ନିରୂପମା ବେହେରା, ସସ୍ମିତା ଦାଶ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ପ୍ରଭାକର ନାହାକ ମଂଚାସୀନ ଅତିଥି ଏବଂ ଉପସ୍ଥିତ ଗୁରୁଜୀ, ଗୁରୁମା, ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କର୍ମଶାଳାରେ ଗଣମାଧ୍ୟମ ପ୍ରତିନିଧି ବନବାସ ସେଠି ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.