କୁମୁକା ଜଙ୍ଗଲ ସୁରକ୍ଷା କର୍ମଶାଳା

ଡେଲାଙ୍ଗ, (ଦୀଲ୍ଲିପ କୁମାର ଧାଉଡିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ସାନଆଂକୁଲା ଗ୍ରାମରେ ଆଜି କୁମୁକା ଜଙ୍ଗଲ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନାବାର୍ଡର ପୂର୍ବତନ ଜେନେରାଲ ମ୍ୟାନେଜର ତଥା ସମାଜସେବୀ ଜିତେନ୍ଦ୍ରିୟ ପଟ୍ଟନାୟକ ମୁଖ୍ୟଅତିଥି ରୂପେ କର୍ମଶାଳା ଉଦ୍‌ଘାଟନ କରି କହିଲେ- କୁମୁକା ଜଙ୍ଗଲ ହେଉଛି ଡେଲାଙ୍ଗର ସର୍ବପୁରତନ ଜଙ୍ଗଲ । ବର୍ତ୍ତମାନ କୁମୁକା ତାର ଅସ୍ଥିତ୍ୱ ହରାଇ ବସିଲାଣି । ବୃକ୍ଷ ଶୂନ୍ୟ ହୋଇଗଲାଣି ଯାହାକି ପରିବେଶ ପ୍ରତି ଘୋର ବିପଦ । ଏହାର ସୁରକ୍ଷା ହେବା ପାଇଁ ସମ୍ମିଳିତ ଉଦ୍ୟମ ହେବା ଆବଶ୍ୟକ ।

୨୦୧୦ମସିହାରେ ରାଜ୍ୟ ସରକାର ଏଠାରେ ଜଗନ୍ନାଥ ବନପ୍ରକଳ୍ପ ଆରମ୍ଭ କରିଥିଲେ ଯାହାକି ଆମ ପାଇଁ ଗୌରବର ବାର୍ତ୍ତା ବହନ କରେ । ସବୁଜ ଡେଲାଙ୍ଗର ଏଭଳି ସାଧୁ ଉଦ୍ୟମର ଭୁୟସୀ ପ୍ରଂଶସା କରିଥିଲେ । ଟ୍ରଷ୍ଟର ପ୍ରତିଷ୍ଠାତା ପରିବେଶପ୍ରେମୀ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ କୁମୁକା ଜଙ୍ଗଲର ସୁରକ୍ଷା ଓ ଡେଲାଙ୍ଗକୁ ସବୁଜ କରିବା ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟଲଷ୍ମୀ ପଟ୍ଟନାୟକ, ସୋମନାଥ ସେନାପତି, ଆକାଶ ଚନ୍ଦ୍ର ପାଢ଼ୀ, ଚନ୍ଦନ, ରିଙ୍କୁ, କାଳୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fourteen − five =

error: Content is protected !!