ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର, ପରିସରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ପଦ୍ମଚରଣ ସାହୁ ସଭାପତିତ୍ଵ କରିଥିଲା ବେଳେ ଉପସଭାପତି ଶ୍ରୀମତୀ ଗୀତା ପାଢୀ, ସଦସ୍ୟ ରାମପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ । ଶିଶୁ ବାଟିକାର ଶୈକ୍ଷିକ ପ୍ରମୁଖ ଶ୍ରୀମତୀ ବି ସୁଶୀଳା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହିତ ଶିଶୁର ସଂସ୍କାରପୂର୍ଣ୍ଣ ଜୀବନରେ ମାଆର ଭୂମିକା କିପରି ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିଶୁ ବାଟିକାର ପ୍ରମୁଖ ଆଚାର୍ଯ୍ୟା ଶ୍ରୀମତୀ ବି ସୁଶିଳା କାର୍ଯ୍ୟଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖିଥିଲେ । ଶେଷରେ ଉପସଭାପତି ଶ୍ରୀମତୀ ଗୀତାପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିଶୁବାଟିକାର ୬୯ ଜଣ ଅଭିଭାବିକାଙ୍କ ସହିତ ପ୍ରାତଃ ଅଧିବେଶନର ସମସ୍ତ ଗୁରୁମା ସହଯୋଗ କରିଥିଲେ ।