csstore

ଭବାନୀପାଟଣାରେ ଜନ ସୂଚନା ଅଧିକାର ନିୟମ ସମ୍ପର୍କିତ କର୍ମଶାଳା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ପାଇଁ ନିୟୋଜିତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରୀମାନଙ୍କ ପାଇଁ ଏକ ଜନ ସୂଚନା ଅଧିକାର ନିୟମ ସମ୍ପର୍କିତ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରାଙ୍କ ସଂଯୋଜନାରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୭୮ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଅଧ୍ୟକ୍ଷତା କରି ସମବେତ ସମସ୍ତ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଜନ ସୂଚନା ଅଧିକାରୀଙ୍କୁ ସ୍ୱଚ୍ଛ, ଦକ୍ଷ ଓ ଉତ୍ତରଦାୟୀ ପ୍ରଶାସନ ପାଇଁ କିଭଳି ନିଜକୁ ପ୍ରସ୍ତୁତ କରିବା ଓ ଜନ ସୂଚନା ଅଧିକାର ନିୟମ ଅନୁଯାୟୀ ଉପଭୋକ୍ତାଙ୍କୁ ତଥ୍ୟ ପ୍ରଦାନ କରିବା ତା’ ଉପରେ ଗୁରୁତ୍ଵ ଦେବାକୁ କହିଥିଲେ । ଅନ୍‌ଲାଇନ୍‌ ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରାଜ୍ୟ ତାଲିମଦାତା ହର୍ଷ ପରିଚ୍ଛା ସୂଚନା ଅଧିକାର ନିୟମର ୧୭ଟି ବିନ୍ଦୁ ଉପରେ ପ୍ରୋଏକ୍ଟିଭ ଡିସ୍‌କ୍ଲୋଜର ଓ ମ୍ୟାନେଜ ପ୍ରୋଫାଇଲରେ ଅପଡେଟ ସମ୍ବନ୍ଧରେ ସବିଶେଷ ତଥ୍ୟ ଦେଇ ବୁଝାଇଥିଲେ । ବିଶେଷତଃ ସୂଚନା ଅଧିକାର ନିୟମରେ “ଥାର୍ଡ ପାର୍ଟି ଅଡିଟ” ଉପରେ ପ୍ରଶିକ୍ଷାର୍ଥଙ୍କୁ ତାଲିମ ଦେଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ପିଏ, ଆଇଟିଡିଏ, ଉପଜିଲ୍ଲାପାଳ, ଭବାନୀପାଟଣା, ସିଡିଏମ୍‌ଓ, ସିଏସ୍‌ଓ, ଡିପିସି, ଏସ୍‌ଏସ୍‌ଏ, ଡିସିପିଓ, ଡିଏସ୍‌ଡବ୍ଲୁଓ, ଡିଇଓ, ଏସ୍‌ଇ (ଏମ୍‌ଆଇ), ସିଡିଭିଓ, ଡିଡିଏଚ୍‌, ଆର୍‌ଏଣ୍ଡବି, ଟିପିଡବ୍ଲୁଓଡିଏଲ୍‌, ଡିଆର୍‌ସିଏସ୍‌, ଜିଏମ୍‌ (ଡିଆଇସି), ଏସ୍‌ଇ(ଜଳସେଚନ), ଡିଡିଡିପିଏମ୍‌ୟୁ,ଏସ୍‌ଇ (ଅପର ଇନ୍ଦ୍ରାବତୀ), କେକେଡିଏ, ଲାଞ୍ଜିଗଡ, ଡିଡି (ମତ୍ସ୍ୟ ବିଭାଗ) ଜିଲ୍ଲାସ୍ତରୀୟ ଅଧିକାରୀ ସମସ୍ତ ବିଡିଓ ଓ ତହସିଲଦାର କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀ ଓ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.