ସଇଁତଲାରେ ୯ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ, ତୃତୀୟ ଦିବସରେ ୨ ଗୋଟି ଯୋଡି ବିବାହ ସଂସ୍କାର ଓ ମହାଦୀପ ଯଜ୍ଞ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଅଖିଳ ବିଶ୍ୱ ଗାୟିତ୍ରୀ ପରିବାର ଆନୁକୂଲ୍ୟରେ ହାଟପଦାଠାରେ ନଅ କୁଣ୍ଡୀୟ ଗାୟିତ୍ରୀ ମହାଯଜ୍ଞ ଚାଲିଛି । ଏଥିରେ ଗାୟିତ୍ରୀ ପରିବାର ପୂଜକ ସୁଶାନ୍ତ ମାଝୀଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କାର୍ଯ୍ୟ ସମାପନ ହୋଇ ଥିବାବେଳେ ମୁଖ୍ୟକର୍ତ୍ତା ଭାବେ ହରିବନ୍ଧୁ ସାହୁ ତାଙ୍କ ଧର୍ମପତ୍ନୀ ମିନା ସାହୁ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ଉକ୍ତ ଯଜ୍ଞମଣ୍ଡପକୁ ରୁଷିପୁତ୍ର ପ୍ରଶାନ୍ତ ଅଗ୍ରୱାଲ ଓ ପଙ୍କଜିନୀ ପଣ୍ଡା ପରିଚାଳନା କରିଥିଲେ । ଏହି ଗାୟିତ୍ରୀ ଯଜ୍ଞ ଉପଲକ୍ଷେ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ହେଉଥିବା ବେଳେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ଏହାର ତୃତୀୟ ଦିନରେ ଭୀଷ୍ମ ସାହୁ, ଲକ୍ଷଣ ସେଠ, ଅଲେଖ ସାହୁ, ଗିରିଜା ପ୍ରଧାନ, ଚୂଡ଼ାମଣି ସାହୁ, ଅମରେଶ ସାହୁ, ବିନୟ ଭୋଇ, ଓମ ପ୍ରକାଶ ଅଗ୍ରୱାଲ, ସୋମନାଥ ପଟେଲ ଓ ମନୀଷ କୁମାର ଅଗ୍ରୱାଲଙ୍କ ସହ ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଳାଇଥିଲେ । ଉକ୍ତ ଗାୟିତ୍ରୀ ଯଜ୍ଞରେ ୪ ଜଣ ମୁଣ୍ଡନ, ୪ ଜଣ ବିଦ୍ୟାରମ୍ଭ ସଂସ୍କାର ହୋଇଥିଲା । ସେହିପରି ୨ ଗୋଟି ଯୋଡି ବିବାହ ସଂସ୍କାର କରାଯାଇଥିଲା । ଏଥିରେ ଅମିତ ରଣା ତାଙ୍କ ଧର୍ମପତ୍ନୀ ଭାଗ୍ୟବତୀ ରଣା ଅନ୍ୟ ଜଣେ ହେଲେ ଲୋକନାଥ ରଣା ତାଙ୍କ ଧର୍ମପତ୍ନୀ ସବିତା ରଣା ପ୍ରମୁଖ ବିବାହ ସଂସ୍କାର ହୋଇଥିଲା । ଏହାର ସନ୍ଧ୍ୟା ସମୟରେ ମହାଦୀପ ଯଜ୍ଞ ସଂସ୍କାର କାର୍ଯ୍ୟକ୍ରମ ବେଶ ମୁଖ୍ୟ ଆକର୍ଷଣ ରହିଥିଲା । ଏଥିରେ ଶହ ଶହ ଭକ୍ତମାନେ ମହାଯଜ୍ଞ ଦର୍ଶନ କରିଥିଲେ । ଆସନ୍ତା ବୁଧବାର ଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ହେବ ବୋଲି ସ୍ଥିରକୃତ ହୋଇଥିବା ଜଣାଯାଇଛି । ଏହି ସମୟରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଇଁତଲା ବ୍ଲକ ଅଧ୍ୟକ୍ଷ ମୋନିକା ସିଂ ଭୋଇ, ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନ, ଦେବରାଜ ମାଝୀ, ପ୍ରେମଲାଲ ମହାକୁର, ସଞ୍ଜୟ ଅଗ୍ରୱାଲଙ୍କ ପ୍ରମୁଖ ଗାୟିତ୍ରୀ ମହାଯଜ୍ଞ ଦର୍ଶନ କରିଥିଲେ । ଏଥିରେ ହରିପ୍ରସାଦ ଅଗ୍ରୱାଲ, ଅଖିଳ ରଣା, ପ୍ରଦୀପ ଜାଲ, ଭୀମସେନ ସ୍ୱାଇଁ, ପ୍ରମୋଦ ବୈଠାରୁ, ସୁରେଶ ରଣା, ବନ ବିହାରୀ ସାହୁ, ମଦନଲାଲ ଅଗ୍ରୱାଲ, ପ୍ରମୋଦ ଅଗ୍ରୱାଲ ଗାୟିତ୍ରୀ ପରିବାରର ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

three × 3 =