csstore

ଗ୍ରାମସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ କର୍ମଶାଳା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ସଭାଗୃହରେ ଗ୍ରାମ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ କର୍ମଶାଳା ଜିଲ୍ଲା ଜରୁରୀ କାଳୀନ ବିଭାଗ ସହାୟତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା ଯୋଗଦେଇ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କିପରି ଆଗୁଆ ଯୋଜନା କରି ଅମୁଲ୍ୟ ଧନ ଜୀବନ ରକ୍ଷା କରାଯାଇ ପାରିବ ସେ ସମ୍ବନ୍ଧରେ ଉପସ୍ଥିତ ପଂଚାୟତ ପ୍ରତିନିଧି, ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ସଭ୍ୟମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ତୁରେକେଲା ବ୍ଲକ ପିଏ ଅଶୋକ ପାଣିଗ୍ରାହୀ ଆମ ଅଂଚଳରେ ଦେଖାଯାଉଥିବା ଓ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଇଁ କିପରି ଗ୍ରାମ୍ୟ ସ୍ତରରେ ଯୋଜନା କରାଯାଇ ପାରିବ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ । ଏହି ଯୋଜନା ପ୍ରସ୍ତୁତ ପାଇଁ କମିଟି ଗଠନ ଆବଶ୍ୟକ । ତଥ୍ୟ ସଂଗ୍ରହର ଫର୍ମାଟ ଉପରେ ଶ୍ରମିକ ଶକ୍ତି ସଂଘର ପ୍ରୋଗ୍ରାମ ମ୍ୟାନେଜର ଗୁରୁଗୋବିନ୍ଦ ସିଂହ ମାଝୀ ବିଶଦ୍ ଭାବରେ ଉପସ୍ଥାପନ କରିଥିଲେ । ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର ନବ ମଲ୍ଲିକ ଯୋଜନା କିପରି ଶୀଘ୍ର କରିବାକୁ ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଶେଷରେ ଜିପିଇଓ ଗଜାନନ ନାଏକ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.