pakka

ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା

bbehera

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା, ଆଧୁନିକ ଲୋକ ସାହିତ୍ୟ ପର୍ବ ଏବଂ ମକର ବନ୍ଧୁମିଳନ ଦୃଷ୍ଟି ବାଧିତ ଓ ଶ୍ରବଣ ବାଧିତ ବିଦ୍ୟାଳୟ, ସେକ୍ଟର ୧୦ ସିଡିଏ, କଟକଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ରାଜ୍ୟସ୍ତରୀୟ କବିତା ପାଠ ଓ ଆଲୋଚନାଚକ୍ର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା । କଣ୍ଠଶିଳ୍ପୀମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀ ମାନସ ଚୈତନ୍ୟ ମହାରାଜ, ଅଧ୍ୟକ୍ଷ ଧବଳେଶ୍ଵର ସାରସ୍ୱତ ଆଶ୍ରମ ସଭାକୁ ଉଦ୍‌ଘାଟନ କରି ଦାନ କର୍ମ ଜ୍ଞାନର ଅଭାବ ପୁରାଣ ହୋଇ ପାରିଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ ସତ୍ ଦାନ ସତ୍ କର୍ମ ସତ୍ ଜ୍ଞାନ ଅହୋରଣ ସମତୁଳ ସମାଜ ଗଠନରେ ସହାୟକ ହେବ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ. ଦିପାୟନ ପଟ୍ଟନାୟକ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଲଳିତେନ୍ଦୁ ପଲାଉରୀ, ସାଗରିକା ଜେନା, ଭଗବତୀ ଖଟୁଆ, ସୁବ୍ରତ ମହାନ୍ତି ଯୋଗଦେଇ ସତ୍ ଦାନ ସତ୍ କର୍ମ ସତ୍ ଜ୍ଞାନର ଆଧୁନିକ ଲୋକ ସାହିତ୍ୟରେ ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ଏହି କର୍ମଶାଳାରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କୈବଲ୍ୟ ପ୍ରତିଭା ଜ୍ୟୋତି ପୁରସ୍କାର ପ୍ରଦାନ କରାଯାଇଥିଲା । କବି କବୟିତ୍ରୀମାନେ ଦାନ କର୍ମ ଜ୍ଞାନ ସମ୍ପର୍କରେ କବିତା ପାଠ କରିଥିଲେ । ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । କବୟିତ୍ରୀ ଗୋଲାପ ସାହୁ, ଅଶୋକ କୁମାର ବାରିକ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ଗାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ କ୍ରୀଡା ସାମଗ୍ରୀ ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀମାନେ କେକ୍‌ କାଟି ଆଧୁନିକ ଲୋକ ସାହିତ୍ୟର ପର୍ବକୁ ପାଳନ କରିଥିଲେ । କବି ସୁଶୁଭବ୍ରତ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । କବୟିତ୍ରୀ ଇତିଶ୍ରୀ ପତି, ଉତ୍କଳିନୀ ରାଉତ, ସସ୍ମିତା ପଟ୍ଟନାୟକ, ଅପରାଜିତା ପରିଡ଼ା, ସୁରଭି ଦ୍ୱିବେଦୀ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ରହି ସହଯୋଗ କରିଥିଲେ । କବି ଆଶୁତୋଷ ଦେବପ୍ରସାଦ ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 + seventeen =

error: Content is protected !!