om academy

ମ୍ୟୁନିସିପାଲ ମହାବିଦ୍ୟାଳୟରେ ଜାତୀୟ ସେବା କାର୍ଯ୍ୟକ୍ରମ

jsm
  • ତ୍ୟାଗ ଭାବନା ସହ କାର୍ଯ୍ୟ କଲେ ତାହା ସେବା ହୋଇଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ତ୍ୟାଗ ଭାବନା ସହ କାର୍ଯ୍ୟ କଲେ ତାହା ସେବା ହୋଇଥାଏ । ଏହା ଦ୍ୱାରା ସମାଜର ସାମୂହିକ ଉନ୍ନତି ସମ୍ଭବ ହୋଇଥାଏ ବୋଲି ଜାତୀୟ ସେବା କାର୍ଯ୍ୟକ୍ରମ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିପିୟୁଟିର କୁଳପତି ପ୍ରଫେସର ଡ. ଚିତ୍ତରଞ୍ଜନ ତ୍ରିପାଠୀ ଯୋଗଦେଇ କହିଥିଲେ । ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଲେ ଯେ, ସେବା କଲେ ଆତ୍ମବିଶ୍ୱାସ ବଢେ । ଆଉ ଆତ୍ମବିଶ୍ୱାସ ହେଉଛି ଜୀବନର ସୁଖ ଓ ଶାନ୍ତିର ଚାବିକାଠି । ଏହାସହ ସେ ଛାତ୍ରଛାତ୍ରୀଙ୍କୁ ନିଃସ୍ଵାର୍ଥପର ଭାବେ ସେବା କରିବାକୁ ପରାମର୍ଶ ଦେବା ସହ ଜାତୀୟ ସେବାର ଚାରି ସୂତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ତଥା କାର୍ଯ୍ୟକ୍ରମର ସଂଯୋଜକ ଡ. ସନାତନ ପ୍ରଧାନ ସେବାର ତିନି ପ୍ରକାର ରୂପ ବର୍ଣ୍ଣନା କରିବା ସହ ସେବା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ବ୍ୟକ୍ତିତ୍ୱ ବିକାଶ ଘଟାଇବାରେ ଏଭଳି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ବୋଲି କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପରେଶ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ. ଅଜୟ କୁମାର ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଡ. ଦିବ୍ୟକାନ୍ତି ବିଲୁଙ୍ଗ ମଂଚ ସଂଯୋଜନା ସହ ଚଳିତ ବର୍ଷର ଜାତୀୟ ସେବା ଯୋଜନାର ବିଷୟବସ୍ତୁ ‘ମୁଁ ନୁହେଁ କିନ୍ତୁ ଆପଣ’ ସଂପର୍କରେ ସୂଚନା ଦେଇଥିଲେ । ଛାତ୍ର ଅଜୟ କୁମାର କେରକେଟା ଜାତୀୟ ସେବା ଯୋଜନା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଧ୍ୟାପିକା ନିତୁ ପ୍ରଧାନ ମାନପତ୍ର ପାଠ କରିଥିବା ବେଳେ ଅଧ୍ୟାପିକା ଆମି କୁଜୁର ସ୍ୱାଗତ ଭାଷଣ ଦେଇଥିଲେ । ପୂର୍ବରୁ ଆୟୋଜିତ ହୋଇଥିବା ସାଧାରଣଜ୍ଞାନ, ଅନ୍ତାକ୍ଷରୀ ଓ ଗୃପ ନୃତ୍ୟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅଧ୍ୟାପକ ଆକାଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ସଂଯୁକ୍ତା ପ୍ରଧାନ, ସୃତି ରାଉତରାୟ ଓ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପିକା ଅଧ୍ୟାପକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.