om academy

ଭଞ୍ଜବିହାର କ୍ୟାମ୍ପସରେ ବାଘ ବୁଲୁଥିବା ବିଷୟ ଏବେ ବେଶ ଚର୍ଚ୍ଚା ହେଉଛି : ବନ ବିଭାଗ ସକ୍ରିୟ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସର ଭଞ୍ଜବିହାର କ୍ୟାମ୍ପସରେ କିଛିଦିନ ହେଲା ବାଘ ବୁଲୁଥିବା ବିଷୟ ଏବେ ଚର୍ଚ୍ଚା ହେଉଛି । ଅନ୍ତର୍ବାଟିଆ ଅଞ୍ଚଳରେ ବାଘ ବୁଲୁଥିବା କୁହାଯାଉଛି । ଏହି ଖବର ମିଳିବା ପରେ ବନ ବିଭାଗ ପେଟ୍ରୋଲିଂ ଆରମ୍ଭ କରିଛି । ଏହା ସହିତ ଏହି ଅଞ୍ଚଳରେ ଲୋକମାନଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଭୟଭୀତ ନ ହେବାକୁ ବନ ବିଭାଗ କହିଛି । ସ୍ଥାନୀୟ ଲୋକ ଯେଉଁ ଜୀବ ଦେଖିଛନ୍ତି, ଅବା ବିରାଟ ଜନ୍ତୁ ଦେଖିଛନ୍ତି, ତାହା ହେଟ୍ଟାବାଘ କିମ୍ବା ଅନ୍ୟ କିଛି ହୋଇଥାଇପାରେ ବୋଲି ବନ ବିଭାଗ କହିଛନ୍ତି । ରବିବାର ପୂର୍ବାହ୍ନ ସୁଦ୍ଧା ସୂଚନା ମିଳିବା ଯାଏଁ ବନ ସୁରକ୍ଷା ବିଭାଗ ପକ୍ଷରୁ କୌଣସି ବାଘର ଅନୁସନ୍ଧାନ ମିଳି ନଥିବା ଜଣାଯାଇଛି ।

Leave A Reply

Your email address will not be published.