csstore

ମନରେଗାର ସଫଳ ରୂପାୟନ ନେଇ ଜିଲ୍ଲାପାଳଙ୍କୁ ଲୋକ ଉନ୍ନତି ସଙ୍ଗଠନ ତରଫରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଲୋକ ଉନ୍ନତି ସଙ୍ଗଠନ ପକ୍ଷରୁ ମନରେଗା ଆଇନର ସଫଳ ରୂପାୟନ ସମ୍ବନ୍ଧରେ ୧୨ ଦଫା ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।‌ ମନରେଗା ଆଇନ ଅନୁଯାୟୀ ୭ରୁ ୧୫ ଦିନ ମଧ୍ୟରେ ମଜୁରି ପ୍ରଦାନ, ସଠିକ ସମୟରେ ମଜୁରୀ ପ୍ରଦାନ ପାଇଁ ବଜେଟରେ ଆବଶ୍ୟକ ପରିମାଣର ଅର୍ଥ ବ୍ୟବସ୍ଥା, ବିଳମ୍ବିତ ମଜୁରୀ ଦେବା, କ୍ଷତିପୂରଣ ପ୍ରଦାନ, ଜନସହଭାଗୀ ଦୁର୍ନୀତି ନିବାରଣ, ମନରେଗା କାମ କରିଯାଉଥିବା ଶ୍ରମିକଙ୍କୁ ୧୦ ପ୍ରତିଶତ ଯାତାୟତ ଖର୍ଚ୍ଚ ପ୍ରଦାନ, ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ବଢାଇବା, ଆପ ଆଧାରିତ ଦୈନିକ ଦୁଇ ‌ଥର ଉପସ୍ଥାନ ପ୍ରତ୍ୟାହାର ଓ କୌଣସି ଅଘଟଣ ଘଟିଲେ କ୍ଷତିପୂରଣ ପ୍ରଦାନ ଭଳି ୧୨ଟି ଦାବୀ ଉପସ୍ଥାପନ କରାଯାଇଛି ।

jayashree
Leave A Reply

Your email address will not be published.