jsm

ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ

csstore

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା’ ବରାଳଦେବୀ ମନ୍ଦିର ପରିସର, ପିଲାସାଲୁଁକି ଡ୍ୟାମ ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା ତଥା ରାଜ୍ୟ ବାହାରରୁ ପର୍ଯ୍ୟଟକମାନେ ବୁଲିବାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଭୋଜିଭାତ କରିଥାନ୍ତି । ଏହି ପର୍ଯ୍ୟଟନ ସ୍ଥଳୀକୁ ସ୍ଵଚ୍ଛ ଓ ସୁନ୍ଦର ରଖିବା ପାଇଁ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସହକର୍ମୀ ସତ୍ୟବାନ ଦଳବେହେରାଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ସୋନାଲି ଡିଗାଲ, ରୀତିମା ବାଘ, ମେଘାରାଣୀ ମହାପାତ୍ର, ଚନ୍ଦ୍ରମଣୀ ଦେହୁରୀ, ସିବେନ୍ଦ୍ର ଡିଗାଲ, କମଳ ଲୋଚନ ଦେହୁରୀ, ମିନି କଂହର, ସୁଭଦ୍ରା ମଲ୍ଲିକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ପଡ଼ିଥିବା ଅଳିଆ ଆବର୍ଜନା ସଫା କରି ପରିଷ୍କାର ପରିଚ୍ଛନ କରିଥିଲେ ।

yuvodaya
Leave A Reply

Your email address will not be published.