ଜଳଛତ୍ର ଓ ଅଂଶୁଘାତ ପ୍ରତି ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର, (କେପିଏନ୍‌ଏସ୍‌) : ଗ୍ରୀଷ୍ମ ସମୟର ଅସହ୍ୟ ଖରାରେ ଆମର ଦୈନନ୍ଦିନ ଜୀବନ ଅତିଷ୍ଠ । ପଥଚାରୀମାନେ ରାସ୍ତାରେ ଦହି ପାଣି ଗ୍ଲାସଟିଏ ପାଇଲେ ବେଶ ଆନନ୍ଦିତ ହୋଇଥାନ୍ତି । ଏହି କଥାକୁ ଲକ୍ଷ୍ୟ କରି ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ୍‌ ୟୁନିଟ ତରଫରୁ ଚକାବର ଛକରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍‌ଘାଟନ କରିଥିଲେ । ଜୁନିଅର ରେଡକ୍ରସ୍‌ ଅଫିସର ରବିଚନ୍ଦ୍ର ପଶାୟତ ଓ ରାଜବୋଡାସମ୍ବର ହାଇସ୍କୁଲ ପଦ୍ମପୁରର ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥି ଅତିଥି ଭାବରେ ଯୋଗଦେଇ ଜୁନିୟର ରେଡକ୍ରସ୍‌ର ସେବାମୂଳକ କାର୍ଯ୍ୟକ୍ରମର ଆବଶ୍ୟକତା ଥିବା ବେଳେ ବୀରମହାରାଜପୁର ବ୍ଲକ ତରଫରୁ ହୋଇଯାଇଥିôବା ଜଳଛତ୍ର କାର୍ଯ୍ୟକ୍ରମର ବିଶେଷ ମହତ୍ୱ ରହିଛି ବୋଲି ମତବ୍ୟକ୍ତି କରିଥିଲେ । ପଥଚାରୀ, ଦୋକାନୀ, ଦୁଇ ଓ ଚାରିଚକିଆ ଯାନର ଯାତ୍ରୀ, ବସ ଯାତ୍ରୀ ଓ ଜନସାଧାରଣଙ୍କୁ ଦହିଚଲା ପାଣି, ଜଳଜିରା ପାଣି ଦେବା ସହିତ ସେମାନଙ୍କୁ ଅଂଶୁଘାତ ପ୍ରତି ସଚେତନତା ରହିବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଘ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବ୍ଲକ ବିସିସି ତଥା ବୀରମହାରାଜପୁର ହାଇସ୍କୁଲର ପରାମର୍ଶଦାତା ବୈକୁଣ୍ଠ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପରାମର୍ଶଦାତା ଲମ୍ବୋଦର ସାହୁ, ରଂଜିତ ପଧାନ, ଉପେନ୍ଦ୍ର ସାହୁ, ଆନନ୍ଦ ଦାୟିନୀ ସିଂହ, ଜଗନ୍ନାଥ ମେହେର, ମନୋଜ ମେହେର, ଜୀବର୍ଦ୍ଧନ ରଣା, ଅଶ୍ୱିନୀ କର୍ମୀ, କାଦମ୍ବିନୀ ବେହେରା, ମନୋହର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରାମର୍ଶଦାତା ଦିଲ୍ଲୀପ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

five × 5 =