ହତ୍ୟା ଉଦ୍ୟମକାରୀଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ପ୍ରିୟ ରଞ୍ଜନ ମିଶ୍ର ଏକ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ହରିହର ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ସଦରଥାନା ହରିପାଲି ଗ୍ରାମର ରାଜେଶ ପ୍ରଧାନଙ୍କ ବଡ ଝିଅ ଲିଜା ପ୍ରଧାନ ଏବଂ ସାନ ଝିଅ ପୂଜା ପ୍ରଧାନ ତାଙ୍କ ବାରିପଟେ ଥିବା କୂଅରେ ୮.୯.୧୯ ସକାଳ ପ୍ରାୟ ୧୧.୪୫ ଗାଧୋଉଥିବା ସମୟରେ ସେହି ଗ୍ରାମର ଅଭିଯୁକ୍ତ ହରିହର ପ୍ରଧାନ ଏକ ଟାଙ୍ଗିଆ ସାହାଯ୍ୟରେ ଲିଜା ପ୍ରଧାନଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟ ରଖି ଆକ୍ରମଣ କରିଥିଲୋ । ଉକ୍ତ ଆକ୍ରମଣରେ ଲିଜା ପ୍ରଧାନଙ୍କ ଛାତିରେ, ହାତ ଏବଂ ବେକରେ ପ୍ରଚୁର ରକ୍ତଶ୍ରାବ ହୋଇ ଗୁରୁତର ଭାବରେ ଆଘାତପ୍ରାପ୍ତ ହୋଇଥିଲେ । ବିଚାରପତି ଶ୍ରୀ ମିଶ୍ର ସାକ୍ଷ୍ୟମାନଙ୍କ ବୟାନକୁ ଭିତ୍ତି କରି ତିନି ବର୍ଷ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା, ଅନାଦେୟ ଅଧିକ ତିନିମାସ ସଶ୍ରମ କାରଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ପି.ପି ଓଁକାର ନାୟକ ସରକାରଙ୍କ ତରଫରୁ ମକଦ୍ଦମା ପରିଚଳନା କରୁଥିଲେ ।

jittmm
Leave A Reply

Your email address will not be published.