csstore

ବେଆଇନ ଧାନ କାରବାରରେ ଜଡିତ ଥିବାରୁ ବେହେରା ରାଇସମିଲକୁ ସିଲ କଲେ ତହସିଲଦାର

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ ଏବଂ କେସିଙ୍ଗା ତହସିଲଦାରଙ୍କ ଉପସ୍ଥିତରେ ସିଲ କରାଯାଇଛି । ରବି ଋତୁରେ ଚାଷୀଙ୍କ ବିଭିନ୍ନ ଧାନ ମଣ୍ଡିରୁ ନ ଉଠାଇବା, ଜିଲ୍ଲାପାଳଙ୍କ ମିଟିଙ୍ଗକୁ ବେଖାତିର କରିବା, ଚାଷୀଙ୍କ ଧାନ ନ କିଣି ଦଲାଲମାନଙ୍କଠାରୁ ଧାନ କିଣିବା, ବେନିୟମ ଭାବେ ଧାନ କରିବା ଅଭିଯୋଗରେ ମଙ୍ଗଳବାର ସିଲ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ପେଡି ପ୍ରକ୍ୟୁରମେଣ୍ଟ ପ୍ରକ୍ରିୟାରେ ଅଂଶଗ୍ରହଣ ନ କରି ମନମାନୀ କରି ପ୍ରକୃତ ଚାଷୀଙ୍କ ଠାରୁ ଧାନ ନ କିଣି ନିଜ ଲାଭ ପାଇଁ ବେଆଇନ ଭାବେ ଅନେକ ଧାନ ଗଚ୍ଛିତ ରଖିଥିବା ଅଭିଯୋଗ କରି ସିଲ କରିଛି ପ୍ରଶାସନ । ସିଲ କରିବା ସମୟରେ ଭବାନୀପାଟଣାର ଏସିଏସଓ ସୋନାଲି ଖରା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ବ୍ଲକ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.