om academy

କଂଟାବାଂଜିରେ କେନ୍ଦ୍ର ରେଳ ମନ୍ତ୍ରୀ

jsm

ମୋ କଲମରେ କୌଣସି ପ୍ରୋଜେକ୍ଟ ଡେରିହେବ ନାହିଁ
କଂଟାବାଂଜି, ଟିଟିଲାଗଡ,ବଲାଙ୍ଗିରକୁ ମୋଡେଲ ଷ୍ଟେସନରେ ନିର୍ମାଣ
ଦୀର୍ଘ ଦିନର ଜନସାଧାରଣଙ୍କ ଦାବୀ ଇସ୍ପାତ ଏକ୍ସପ୍ରେସ ଟ୍ରେନର ସଂପ୍ରସାରଣ ପାଇଁ ପ୍ରୟାସ ଜାରି ରଖିବି

କଂଟାବାଂଜି, (ମନିଶ କୁମାର ହଂସ) : କେନ୍ଦ୍ରର ମୋଦୀ ସରକାରଙ୍କ ଜନ ଆର୍ଶିବାଦ ଯାତ୍ରାରେ ରବିବାର ପ୍ରାୟ ଅପରାହ୍ନ ୨ ଘଂଟା ସମୟରେ କଂଟାବାଂଜି ସହରର ଉପକଣ୍ଠସ୍ଥ ଶ୍ରୀ ଶ୍ରୀ ଶ୍ୟାମ ମଂଦିର ନିକଟରେ ପହଂଚିଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମନ୍ଦିର ଦର୍ଶନ ପରେ ସହର ଅଭିମୁଖେ ଗମନ କରିବା ମଧ୍ୟରେ ହେମାଲ ଭବନ ନିକଟରେ ହେମାଲ ସଂଘଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହା ପରେ ସ୍ଥାନୀୟ ଇଂଦିରା ଛକ ନିକଟରେ ଏକ ଜନ ଆର୍ଶିବାଦ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ନିଜ ଅଭିଭାଷଣରେ କଂଟାବାଂଜିର ବିକାଶ ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରତିଶୃତି ଦେବା ସହ ଗତ ୨୦୦୯ ନିର୍ବାଚନରେ ଅଂଚଳର ଦାବୀ ଇସ୍ପାତ ଏକ୍ସପ୍ରେସ ସଂପ୍ରସାରଣ ନ ହେବାରୁ ନିର୍ବାଚନ ପରାଜିତ ହେବାକୁ ପଡିଥିବା ନିଜେ କହିଥିଲେ । ଏପରିକି ବର୍ତମାନ କଂଟାବାଂଜିର ବିକାଶ ପାଇଁ ସେ ଚେଷ୍ଟିତ । କଂଟାବାଂଜିର ଅବ୍ୟବହୃତ ରେଳ ଜମି ଉପରେ ଯେ କୌଣସି ଏକ କାରଖାନା ନିର୍ମାଣ କରିବା, କଂଟାବାଂଜି, ଟିଟିଲାଗଡ, ବଲାଙ୍ଗିରକୁ ମୋଡେଲ ଷ୍ଟେସନ ନିର୍ମାଣ ସହ ଇସ୍ପାତ ଏକ୍ସପ୍ରେସକୁ କଂଟାବାଂଜି ଯାଏ ସଂପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କଠାରେ ଉପସ୍ଥାପନ କରିବା ପ୍ରତିଶୃତି ଦେଇଥିଲେ । ଏପରିକି ଦ୍ୱିତୀୟ ରେଳ ଅଣ୍ଡର ବ୍ରିଜ ନିଶ୍ଚିତ ଭାବରେ କରାଯିବ ବୋଲି କହିଛନ୍ତି । ସେହିପରି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ କଂଟାବାଂଜି ମାଟି ଅନେକ ସମ୍ମାନ ଦେଇଛି ତାହା ଭୁଲି ପାରିବେ ନାହିଁ । ରେଳ ମନ୍ତ୍ରୀ ହେବା ପରଠାରୁ ସାଂସଦ ଶ୍ରୀମତୀ ସିଂହଦେଓ କଂଟାବାଂଜିର ଦାବୀଗୁଡିକ ଉପସ୍ଥାପନ କରିଛନ୍ତି । ତେଣୁ ନିଶ୍ଚିତ ଭାବେ ଦାବୀଗୁଡିକ ପୂରଣ କରିବା ପାଇଁ ପ୍ରୟାସ କରିବି ବୋଲି ପ୍ରତିଶୃତି ଦେଇଛନ୍ତି । ମୋର କଲମରେ ନିଶ୍ଚିତ ଭାବେ କୌଣସି ପ୍ରୋଜେକ୍ଟ ଡେରି ହେବ ନାର୍ହି, ବିକାଶ ନିଶ୍ଚୟ ହେବ ସେଥିପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ । ଜନ ସାଧାରଣଙ୍କ ଜନ ଆର୍ଶିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପାଟଣାଗଡ ବିଧାୟକ ତଥା ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ଜିଲ୍ଲା ଭାଜପା ସଭାପତି ଶିବାଜି ମହାନ୍ତି, କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ଲକ୍ଷ୍ମଣ ବାଗ, ନଗର ସଭାପତି ବେଦବ୍ୟାସ ନାଗ ସହ ଘାସିରାମ ଜୈନ ମଂଚରେ ମଂଚାସୀନ ଥିଲେ । ଏହା ପରେ ସ୍ଥାନୀୟ ଆଲିଶାନ ହୋଟେଲରେ ସହରର ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ସହ ଅଂଚଳର ସମସ୍ୟା ବିଷୟରେ ଆଲୋଚନା ହେବାର ଥିଲା, କିନ୍ତୁ ବିଲମ୍ବ କାରଣରୁ ହୋଇ ନ ପାରି କେବଳ ସଂଗଠନ ଗୁଡିକର ଦାବୀପତ୍ର ମାନେ ଗ୍ରହଣ କରି ବିକାଶରେ ପ୍ରୟାଶ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏପରିକି ପୂର୍ବତନ ବିଧାୟକ ଆୟୁବ ଖାନ କଂଟାବାଂଜି ଓ କୋରାପୁଟରେ ନୂତନ ରେଳ ଡିଭିଜନ ସ୍ଥାପନ, ୱାଲଟିୟରକୁ ନୂତନ ଯୋନ ପ୍ରତିଷ୍ଠା, ର‍୍ୟାମ୍ପ ଫୁଟ ଓଭର ବ୍ରିଜ, କ୍ୟାରେଜ ୱାର୍କସପ, ମାଲଗାଡି ମରାମତି ୱାର୍କସପ, ମଲଟି ସ୍ପେଶାଲିଷ୍ଟ ହସପିଟାଲ, ରହେନଭାଟ ଷ୍ଟେସନରେ ଏକ ବାଏ ପାସ ରେଳ ଟ୍ରେକ, କଂଟାବାଂଜି ଏଡିଇଏନ୍‌ ଅଫିସକୁ ଡିଇଏନ୍‌ ଅଫିସକୁ ଉନ୍ନିତ, ୱେଲଫେୟାର ଇନ୍ସପେକ୍ଟର ଅଫିସ ସ୍ଥାପନ, ଲିପ୍ଟ ଫୁଟ ଓଭର ବ୍ରିଜ, କସାମାଲ, ରେଙ୍ଗାଲି, ଝରଣି ମହୁଲବାହାଲି, ସରେଇବାହାଲ ଟଙ୍କପାଣିରେ ପ୍ୟାସେଞ୍ଜର ଟ୍ରେନ ହଲ୍ଟ, ନୂତନ କଂଟାବାଂଜି-ବଲାଙ୍ଗିର ରେଳ ଲାଇନ, କଂଟାବାଂଜି-ଜୟପୁର ରେଳ ଲାଇନ ନିର୍ମାଣ ପାଇଁ ଦାବୀ ଜଣାଇଥିବା ବେଳେ ବିଭିନ୍ନ ସଂଗଠନ ତରଫରୁ ମଧ୍ୟ ରେଳ ଷ୍ଟାଡିୟମର ଉନ୍ନତି କରଣ, ରେଲ ଇନଷ୍ଟିଚ୍ୟୁଟର ପୁନଃରୁଦ୍ଧାର ଦାବୀ କରିଛନ୍ତି । ତେବେ ମନ୍ତ୍ରୀଙ୍କ ଗସ୍ତରେ ବିରୋଧ ହେବାର ସମ୍ଭାବନା ନେଇ କଂଟାବାଂଜି ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ମନ୍ତ୍ରୀ ଗଲା ପରେ ସେମାନଙ୍କୁ ଛାଡି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.