ସିନ୍ଧେକେଲା ଅଂଚଳ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବଙ୍ଗୋମୁଣ୍ଡା ବ୍ଲକର ସିନ୍ଧେକେଲା ଜୋନକୁ ପରିଦର୍ଶନ କରିଛନ୍ତି । ଭୂଷଲାଡ ଗ୍ରାମରେ ବିଧାୟକ ନିଜସ୍ୱ ପାଣ୍ଠିରୁ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା କରିଥିଲେ । ଏହି ପରିପ୍ରେକ୍ଷୀରେ ବିଧାୟକ ଶ୍ରୀ ସାଲୁଜା ମନ୍ଦିର ନିର୍ମାଣ କାମ ପରିଦର୍ଶନ କରିଥିଲେ । ନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଧେଶ ଦେବା ସହିତ ଆବଶ୍ୟକ ହେଲେ ନିଜ ପକ୍ଷରୁ ଅର୍ଥ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ଭୂଷଲାଡ ସମିତିସଭ୍ୟ ପଙ୍କ ସାହୁ, ସରପଂଚଙ୍କ ପ୍ରତିନିଧି ଯୁବରାଜ ବେହେରା, ରାଏକର ବେହେରା, ନବୀନ ବେହେରା, ଯୁଦ୍ଧିଷ୍ଠିର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 − five =