pakka

ଗୌଡଗୋଠ ନୀଳକଣ୍ଠ ବୋଲବମ୍‌ କମିଟି ପକ୍ଷରୁ ଜଳାଭିଷେକ

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠରେ ଜଗନ୍ନାଥପଡା ନୀଳକଣ୍ଠ ବୋଲବମ୍‌ ଉଦ୍‌ଯାପିତ ହୋଇଯାଇଛି । ଆଷାଢ଼ ମାସ ପୂର୍ଣ୍ଣିମାଠାରୁ ଶ୍ରାବଣ ମାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତି ସୋମବାର ମହାଦେବଙ୍କୁ ଜଳାଭିଷେକ କରାଯାଉଥିଲା । ଶ୍ରାବଣ ପୂର୍ଣ୍ଣିମା ଦିନ ରୁଗୁଡିକଟାଠାରୁ ୧୦୮କଳସ ପାଣି ବୋହି ଗୌଡଗୋଠ ହରିଡାଡୁଙ୍ଗୁରି ଠାରେ ଥିବା ଧବଲେଶ୍ଵର ମହାଦେବଙ୍କୁ ଜଳାଭିଷେକ କରାଯାଇଥିଲା । କର୍ତ୍ତା ଭାବେ ପଦ୍ମଲୋଚନ ବେରିଆ ଓ ତାଙ୍କ ଧର୍ମପତ୍ନୀ ପଦ୍ମାବତୀ ବେରିଆ କାର୍ଯ୍ୟ ସମ୍ପାଦନା କରିଥିଲେ । ଶିବ ମନ୍ଦିର ପୂଜକ ଦିଲୀପ ଥନାପତି ଜଳାଭିଷେକ କରିଥିବା ବେଳେ ବିକ୍ରମ ଦାସ ହୋମଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ । ବୋଲବମ୍‌ କମିଟିର ସମସ୍ତ ସଦସ୍ୟମାନଙ୍କ ସହ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

four × 4 =