pakka

ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ଅବସରରେ ସ୍ରଷ୍ଟା ଓ ସୃଷ୍ଟି ଅନୁଷ୍ଠାନର ଆଲୋଚନା ଚକ୍ର

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଦଧିବାବନ ଉଚ୍ଚ ବିଦ୍ୟାଳୟଠାରେ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଗଙ୍ଗାଧର ମେହେରଙ୍କ ଜନ୍ମ ଦିନ ଅବସରରେ ଏକ ଆଲୋଚନା ଚକ୍ର ସାହିତ୍ୟିକ ଦିଲ୍ଲୀପ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯୁବକବି ରଂଜୁ ଅମାତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ କବି ତଥା ଶିକ୍ଷାବିତ ଶ୍ରୀଧର ବାଗ, ଅନ୍ୟତମ ସ୍ୱତନ୍ତ୍ର ଅତିଥି ଭାବେ ଅଧ୍ୟାପକ ଦେବଦାସ ମହାପାତ୍ର, ମୁଖ୍ୟ ଆଲୋଚକ ଭାବେ ନାଟ୍ୟକାର ଲକ୍ଷ୍ମଣ ମହାପାତ୍ର ଓ ମୁଖ୍ୟ ଆୟୋଜକ ଭାବେ କବି ରାଜକିଶୋର ସାହୁ ଯୋଗଦେଇ ଗଙ୍ଗାଧର ସାହିତ୍ୟ ସମାଜରେ କିପରି ଏକ ଚେତନା ସୃଷ୍ଟି କରିଛି ତାହା ଆଲୋଚନା କରିଥିଲେ । ଶେଷରେ କବି କୁମାର ଭାର୍ଜନ ଧନ୍ୟବାଦ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କବିତା ଆସରରେ କବି ଭାଗିରଥି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ କବି ଈଶ୍ୱର ସାହୁ ଓ କବି ରଂଜୁ ଅମାତ ଗଂଗାଧରଙ୍କ ଉପରେ ଆଧାରିତ କବିତା ଗୁଡିକ ସଂଯୋଜନା କରିଥିବା ବେଳେ ଏଥିରେ କବି ନମିତାରାଣୀ ରଥ, ଅଜିତ ଗିରି, ସଂଜୀବ କୁମାର ପ୍ରହରାଜ, ସୁନନ୍ଦ ତ୍ରିପାଠୀ, ପ୍ରଭାତ ଖମାରୀ, କସ୍ତୁରୀ ପ୍ରଧାନ, ଗୋପାଳ ପ୍ରଧାନ ପ୍ରମୁଖ କବି ଯୋଗ ଦେଇଥିବା ବେଳେ କବି ଜଗନ୍ନାଥ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସୁଧୀର ଖଟୁଆ ।

Leave A Reply

Your email address will not be published.

18 − 10 =