pakka

ବଲାଙ୍ଗିର ଦିନ୍‌ ସ୍ମରଣିକା କମିଟି ଗଠିତ : ଆନନ୍ଦ ଚନ୍ଦ୍ର ସାହୁ ମୁଖ୍ୟ ସଂପାଦକ, ବିଭୁକଲ୍ୟାଣ ଗଡତିଆ ସହସଂପାଦକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଭେମ୍ବର ୧ ବଲାଙ୍ଗିର ଦିନ୍‌ ପାଇଁ ଅଂଚଳର ଐତିହ୍ୟ ଓ ପରମ୍ପରାକୁ ନେଇ ଏକ ସ୍ମରଣିକା ପୁସ୍ତକ ପ୍ରକାଶ ପାଇବା ପାଇଁ ପାଟେଣେଶ୍ୱରୀ ମନ୍ଦିରଠାରେ ଆଜି କମିଟି ଘୋଷଣା ହୋଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ପ୍ରେସ୍‌ କ୍ଲବ ସଭାପତି ଅରୁଣ ମିଶ୍ର ଓ ଆୟୋଜନ କମିଟି ସଂପାଦକ ପ୍ରଶାନ୍ତ ମହାକୁର ଦେବୀଙ୍କ ମହାଆଳତି କରି ଚିଠାକୁ ଘୋଷଣା କରିବା ପରେ ମା’ଙ୍କ ପାଦ ତଳେ ଅର୍ପଣ କରିଥିଲେ । ବଲାଙ୍ଗିର ଦିନ୍‌ ସ୍ମରଣିକା-୨୦୨୨ ଉପଦେଷ୍ଟା ମଣ୍ଡଳୀ ପାଇଁ ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଶ୍ରୀନିବାସ ଉଦ୍‌ଗାତା, ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଡ. ଘାସିରାମ ମିଶ୍ର, ପ୍ରଫେସର ଶିବ ପ୍ରସାଦ ନନ୍ଦ, ସ୍ତମ୍ଭକାର ହେମନ୍ତ କୁମାର ପଣ୍ଡା ସମ୍ମତି ପ୍ରଦାନ କରିଛନ୍ତି । ସେହିପରି ସଂପାଦକ ମଣ୍ଡଳୀର ମୁଖ୍ୟ ସଂପାଦକ ଭାବେ ଆନନ୍ଦ ଚନ୍ଦ୍ର ସାହୁ, ସଂଜୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଅଖିଲ ହୋତା, ଅର୍ଜୁନ କୁମାର ସାହୁ ଓ ବିଭୁକଲ୍ୟାଣ ଗଡତିଆ ସହସଂପାଦକ ଦାୟିତ୍ୱ ତୁଲାଇବେ । ସେହିପରି ଡ. ଶ୍ରୀକର ମିଶ୍ର ଉପସ୍ଥିତ ରହି ସଂଯୋଜକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କମିଟିର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆ, ସହଅଧ୍ୟକ୍ଷ ବିନୋଦ କାଲସାଏ, ସଂସ୍କୃତି କମିଟିର ସଂପାଦକ ଅର୍ଜୁନ କୁମାର ସାହୁ, ଉପଦେଷ୍ଟା ମଣ୍ଡଳୀ ପ୍ରଭାକର ମିଶ୍ର, ରତନ ମହାରଣା, ସଙ୍ଗୀତା ପାଣିଗ୍ରାହୀ, ସୋନିୟା ବେଜ, ସୋମ୍ୟରଞ୍ଜନ ପଣ୍ଡା, ଶୁଭମ ଅଗ୍ରୱାଲ ଓ ଶମ୍ଭୁ ଶତପଥି, ଅବିନାଶ ଦିଶରି ପ୍ରମୁଖ ଉପସ୍ଥିତ ଥିବା ବେଳେ ଆବାହକ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 × 1 =