jsm

ତୃତୀୟ ସାର୍ବଜନୀନ ଶୀତଳ ଷଷ୍ଠୀ ମହୋତ୍ସବ କମିଟି ପଦ୍ମପୁର ତରଫରୁ ସାମ୍ବାଦିକ ସମ୍ମିଳନୀ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ତୃତୀୟ ସାର୍ବଜନୀନ ଶୀତଳ ଷଷ୍ଠୀ କମିଟି ପଦ୍ମପୁର ତରଫରୁ ପୁରୁଣା ବସ୍ତି ସ୍ଥିତ କଣ୍ଟାବନ୍ଧ ସଂଲଗ୍ନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବା ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କର ବିବାହ ଉତ୍ସବ ପାଇଁ ପ୍ରସ୍ତୁତି ଏବଂ କାର୍ଯ୍ୟକ୍ରମକୁ ନେଇ କମିଟି ତରଫରୁ ଆଜି ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବା ଙ୍କର ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତି ନୀତି ଓ ବୈଦିକ ସଂସ୍କାର ସହ ବାବା ସ୍ୱପ୍ନେଶ୍ୱର ଏବଂ ମାତା ଗୌରୀଙ୍କର ବିବାହ ଉତ୍ସବ ସମ୍ପର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ଯାଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଚଳିତ ବର୍ଷ କନ୍ୟା ମାତା ପିତା ଭାବରେ ସ୍ଵର୍ଣକାନ୍ତୀ ସାହୁ ଓ କେଦାର ସାହୁ ଦାୟିତ୍ୱ ବହନ କରୁଥିବା ବେଳେ ବର ପିତା ମାତା ଭାବରେ ତାରାବତୀ ମେହେର ଓ ଚନ୍ଦନ ମେହେର ଦାୟିତ୍ୱ ବହନ କରୁଥିବା କମିଟି ତରଫରୁ ସୂଚନା ଦିଆଯାଇଥିଲା । କମିଟି ତରଫରୁ ଲୋକଙ୍କ ମନୋରଞ୍ଜନ ପାଇଁ ସ୍ଥାନୀୟ ଅଶୋକ ଖେଳ ପଡିଆଠାରେ ମିନବଜାରର ଆୟୋଜନ କରାଯାଇଥିବା ବେଳେ ମନ୍ଦିର ପ୍ରାଙ୍ଗଣ ତା.୩୦.୦୫.୨୦୨୫ରିଖ ଦିନ ସୁପରିଚିତ ପାରାୟଣ ଗାୟିକା ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ଓ ସାଥି ବିଜ୍ଞାସୀ ବାରିକଙ୍କ ଦ୍ୱାରା ସୁନ୍ଦରା କାଣ୍ଡ ପାଠର କାର୍ଯ୍ୟକ୍ରମ ରଖାଯାଇଛି । ଏହା ସହ ତା. ୨୯.୦୫.୨୦୨୫ରିଖ ଦିନ ମାତା ପାର୍ବତୀଙ୍କର ପିତା ଗୃହେ ଆଗମନ ସନ୍ଧ୍ୟାରେ ସପ୍ତ ଋଷିଙ୍କ ଦ୍ୱାରା ପତର ପେଣ୍ଡି ଉତ୍ସବ ତା. ୩୦.୦୫.୨୦୨୫ ରିଖ ଦିନ ମାତା ପାର୍ବତୀଙ୍କର ଅଳଙ୍କାର ଧାରଣ କାର୍ଯ୍ୟକ୍ରମ ଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ପବିତ୍ର ଅମୃତ ବେଳା ରେ ତା. ୩୧.୦୫.୨୦୨୫ ରିଖ ଦିନ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ଵର ମହାଦେବ ବାବାଙ୍କର ଭକ୍ତଙ୍କ ମେଳିରେ ମନ୍ତ୍ର ଉଚ୍ଚାରଣ ଘଣ୍ଟ ଶଙ୍ଖ ବାଦ୍ୟ ପାରମ୍ପରିକ କଲାଙ୍ଗୀ, ଘୁମୁରା, କୃଷ୍ଣ ଗୁରୁ, ସଂକୀର୍ତନ ଆଦି ସହ ମହାସମାରୋହରେ କନ୍ୟା ମାତା ପିତା ଗୃହ ଅଭିମୁଖେ ବରଯାତ୍ରା ଓ ମାତାଙ୍କ ସହ ବିବାହ ସମ୍ପର୍ଣ୍ଣ କାର୍ଯ୍ୟକ୍ରମ ଥିବା ବେଳେ ତା. ୦୧.୦୬.୨୦୨୫ ରିଖ ଦିନ ଉଭୟ ମାତା ପାର୍ବତୀ ଏବଂ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ବାବାଙ୍କର ଯୁଗଳ ମୂର୍ତ୍ତି ଙ୍କର ଭବ୍ୟ ଅତାଶ ବାଜି ଓ ଶୋଭାଯାତ୍ରା ସହ ନଗର ପରିକ୍ରମା କାରି ମନ୍ଦିର ଆଗମନ କାର୍ଯ୍ୟକ୍ରମ ରହିଥିବା ତୃତୀୟ ସାର୍ବ ଜନନୀନ ଶୀତଳ ଷଷ୍ଠୀ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ ସଭାପତି ପ୍ରୀତମ କୁମାର ମେହେର ଅଧ୍ୟକ୍ଷତା କରିଥିବା ବେଳେ କମିଟିର ଉପଦେଷ୍ଟା ପୁର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପରିଚୟ ପ୍ରଦାନ ଓ ସମ୍ୟକ ସୂଚନା ଦେଇଥିଲେ, ସେହିପରି କମିଟିର ସଦସ୍ୟ ସନ୍ତୋଷ କୁମାର ମହାନ୍ତି ଶୋଭାଯାତ୍ରା କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିବା ବେଳେ ଶୀତଳ ଷଷ୍ଠୀର ମୁଖ୍ୟ ପୂଜକ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ଓ ମନ୍ଦିର ପୂଜକ ଟଙ୍କଧର ମହାପାତ୍ର ପୂଜା ବିଧି ବିଷୟରେ ବିବରଣୀ ଦେଇଥିଲେ କମିଟିର ସହ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ କମିଟିର ସଦସ୍ୟ କିଶୋର ଦାନୀ, କାହ୍ନୁ ମେହେର, ଅରୁଣ ଦାନୀ, ଦିଲୀପ ବାରିକ, ଭାସ୍କର ଦାସ, ଚିକୁ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.