jsm

୫୮ତମ ଜନ୍ମ ଦିବସ ଉପଲକ୍ଷେ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜାଜୀ ଟାଉନ ହଲଠାରେ ବରଗଡ଼ ଜିଲ୍ଲା ବହୁଜନ ସମାଜ ପାର୍ଟିର ଜିଲ୍ଲା ପ୍ରଭାରୀ ଟଙ୍କଧର କଣ୍ଟା ତାଙ୍କର ୫୮ତମ ଜନ୍ମଦିବସ ଉପଲକ୍ଷେ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଓ କର୍ମୀ ସମ୍ମିଳନୀ କରି ୫୦ ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରି ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପଖଣ୍ଡର ବହୁଜନ ସମାଜ ପାର୍ଟିର କର୍ମୀ ସମୂହ ଯୋଗଦାନ କରିଥିଲେ । ଉପସ୍ଥିତ ମୁଖ୍ୟ ଅତିଥି ନୂଆପଡା ପ୍ରଭାରୀ ପୂର୍ଣ୍ଣଚନ୍ଦ୍ର ନେତାମ ଶ୍ରୀ କଣ୍ଟାଙ୍କ ଦୀର୍ଘାୟୁ କାମନା କରି ଆଗାମୀ ୨୦୨୪ ବିଧାନସଭା ନିର୍ବାଚନ ସମୟରେ ଯେପରି ବିଜୟୀ ଘୋଷିତ ହେବେ ସେଥିପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ଏହି ଜନ୍ମ ଉତ୍ସବ କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ବହୁଜନ ସମାଜ ପାର୍ଟିର ସଭାପତି ଜୟରାମ ବାଗ, ପୂର୍ବତନ ରାଜ୍ୟ ସମ୍ପାଦକ ପ୍ରମୋଦ ଲୁହୁରା, ଭଟଲି ବିଧାନସଭା ସଭାପତି ପ୍ରଭାରୀ ସରୋଜ କୁମ୍ଭାର, ପଦ୍ମପୁର ବିଧାନସଭା ପ୍ରଭାରୀ ରୁପଧର କୁମ୍ଭାର, ପଦ୍ମପୁର ବ୍ଲକ ସଭାପତି କିଶୋର ଦୀପ, ନୂଆପଡା ସଭାପତି କୁନ୍ତୀ ସାହୁ, ଚନ୍ଦ୍ରମଣି ସୁନା ମଂଚାସୀନ ଥିଲେ ଓ ଅନେକ କର୍ମୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ କଣ୍ଟାଙ୍କର ସ୍ତ୍ରୀ ଶ୍ରୀମତୀ କ୍ଷୀରୋଦିନୀ କଣ୍ଟା ବୃଦ୍ଧବୃଦ୍ଧାଙ୍କୁ ନିଜ ହାତରେ କମ୍ବଳ ବଣ୍ଟନ କରିଥିଲେ ।

yuvodaya
Leave A Reply

Your email address will not be published.