ବାପାମାଆ ଛେଉଣ୍ଡ ଦୁଇ ଭାଇଙ୍କୁ ସହଯୋଗର ହାତ ବଢ଼ାଇଲେ କଲିକେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର କେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତର ତୁଲସିଡୁଙ୍ଗୁରି ଗ୍ରାମର ଅନାଥ ଶିଶୁ ଟିକୁ ବନଗୁଲା(୫) ଓ ରିକୁ ବନଗୁଲା(୨ବର୍ଷ ୬ମାସ)ଙ୍କୁ ବଲାଙ୍ଗିରର ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ସହଯୋଗର ହାତ ବଢାଇଛନ୍ତି । ଗତ କିଛିଦିନ ତଳେ ତୁଲସିଡୁଙ୍ଗୁରି ଗ୍ରାମର ଦୁର୍ୟ୍ୟୋଧନ ବର୍ଗେ ଏ ଅନାଥ ଭାଇ ଦ୍ୱୟଙ୍କ ଥଇଥାନ ପାଇଁ ସାମାଜିକ ଗଣମାଧ୍ୟମରେ ଟୁଇଟର ମାଧ୍ୟମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ଟୁଇଟ କରି ଜଣାଇଥିଲେ । ସେହି ପୋଷ୍ଟକୁ ବର୍ଷା ପ୍ରିୟଦର୍ଶିନୀ ମହାନ୍ତି ରିଟୁଇଟ କରି ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ତାକୁ ଗୁରୁତ୍ୱ ଦେଇ କଳିକେଶ ନାରାୟଣ ସିଂହଦେଓ ନବନିଯୁକ୍ତ ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କୁ ଏହି ଦାୟିତ୍ୱ ଦେଇଥିବା ବେଳେ ରାଜେନ୍‌ନ୍ଦ୍ର ତୁଲସୀଡୁଙ୍ଗୁରୀ ଗ୍ରାମକୁ ଯାଇ ସେମାନଙ୍କ ଅସୁବିଧା ସମ୍ପର୍କରେ ବୁଝିବା ସହ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ରାଜେନ୍ଦ୍ର ହୋତା ପାଟଣାଗଡ଼ ଉପଜିଲ୍ଲାପାଳ ତହସିଲଦାର ଏବଂ ବିଡିଓ ଙ୍କ ସହିତ ଆଲୋଚନା କରି ବନଗୁଲା ଭାଇ ଦ୍ୱୟଙ୍କୁ ସ୍ଥାନୀୟ ସରପଂଚ ମୀତା ମେହେର ପଞ୍ଚାୟତ ଯୋଗାଣ ସହାୟକ ଓ ଆରଆଇଙ୍କ ସହଯୋଗରେ ରାସନ ସାମଗ୍ରୀ ପ୍ରଦାନ କରି କିଛି ଆର୍ଥିକ ସାହାଯ୍ୟ କରିବା ସହ ତାଙ୍କର ବାସଗୃହର ଉନ୍ନତି କରଣ କରାଇବା ପାଇଁ ତହସିଲଦାର ଓ ଆରଆଇଙ୍କୁ ଅନୁରୋଧ କରିଥିଲେ । ଆଗାମୀ ଦିନରେ ସେମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଚିରସ୍ଥାୟୀ ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବଲାଙ୍ଗିର ଜିଲ୍ଲା ଯୁବ ବିଜେଡି ସଭାପତି ହୋତାଙ୍କ ସହିତ ବିଭୁତି ଭୁଷଣ ମିଶ୍ର, ଆଶିର୍ବାଦ ସାହୁ, ପ୍ରତାପ ମେହେର, ଗୋପ ମେହେର ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.