କାଲି ରାଜେନ୍ଦ୍ର ଆଲୁମ୍ନିର ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ରବିବାର ଦିନ ପୂର୍ବାହ୍ନ ୧୦.୩୦ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଆର୍ଟସ ବ୍ଲକ୍ ୫ ନମ୍ବର ହଲରେ ଆଲୁମ୍ନିର ଏଜିଏମ୍ ବା ବାର୍ଷିକ ସାଧାରଣ ବୈଠକ ଆୟୋଜିତ ହେଉଛି । ଉକ୍ତ ବୈଠକରେ ସଂଘର ସାଂଗଠନିକ ବ୍ୟାପାର, ସ୍ମରଣିକା ବଣ୍ଟନ ଓ ବି‌ଶ୍ୱବିଦ୍ୟାଳୟର ପୂର୍ଣ୍ଣାଙ୍ଗ ରୂପରେଖ ନେଇ ପରବର୍ତ୍ତୀ ପଦକ୍ଷେପ ଆଦି ବିଷୟରେ ଆଲୋଚନା ହେବ । ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା ପୂର୍ବକ ବୈଠକରେ ସଂଘର ସଭ୍ୟସଭ୍ୟା ଯୋଗ ଦେବାକୁ ଭାରପ୍ରାପ୍ତ ସଭାପତି ଡ. ଅଭିମନ୍ୟୁ ମିଶ୍ର ଓ ସାଧାରଣ ସମ୍ପାଦକ ଅରବିନ୍ଦ ଦାସ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.