jayashree

ମନ୍ଦିର ପ୍ରତିଷ୍ଠା ନେଇ କାଇଁଚପୁର ଗ୍ରାମରେ ହରିନାମ ଋଷୁକୂଲ୍ୟା ନଦୀରୁ କଳସ ଯାତ୍ରା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଡ଼ କାଇଁଚପୁର ଗ୍ରାମରେ ଶ୍ରୀଲକ୍ଷ୍ମୀ ନୃସିଂହ ଓ ମା’ ଏଲ୍ଲାମା ଦେବୀଙ୍କ ପ୍ରତିଷ୍ଠା ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ପୁଣ୍ୟତୟା ଋଷୁକୂଲ୍ୟା ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶତାଧିକ ମହିଳା କଲ୍ୟାଣପୁର ଗ୍ରାମ ସ୍ଥିତ ରାମେଶ୍ଵର ଋଷିକୁଲ୍ୟା ନଦୀଘାଟରୁ ନଦୀ ଜଳ ମସ୍ତକରେ ଧାରଣ ପୂର୍ବକ ଯଜ୍ଞ ମଣ୍ଡପ ପର୍ୟ୍ୟନ୍ତ ବାଣ, ବାଜା ଓ ମନ୍ତ୍ର ଧ୍ୱନିରେ ଶୋଭାଯାତ୍ରାରେ ବାହାରିଥିଲେ । ରତ୍ନ କର୍ମକାଣ୍ଡ ଭୂଷଣ ପଣ୍ଡିତ ସୀମାଞ୍ଚଳ ତ୍ରିପାଠୀଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ଆଧ୍ୟାତ୍ମିକ କାର୍ୟ୍ୟକ୍ରମରେ ଅଙ୍କୁରା ରୋପଣ ବୁଧବାର କର୍ମାରମ୍ଭ ଶାଲାପୂଜା ଅଗ୍ନି ସ୍ଥାପନ ଆଦି ଦେବକାର୍ୟ୍ୟ ଅନୁଷ୍ଠିତ ହୋଇଛି । ଗୁରବାର ମହାସ୍ନାନ, ପ୍ରାଣ ପ୍ରତିଷ୍ଠା, ନାମଯଜ୍ଞ ଅଧିବାସ ଏବଂ ପ୍ରବଚନ କାର୍ୟ୍ୟକ୍ରମ ରହିଛି । ଶୁକ୍ରବାର ନାମଯଜ୍ଞ ଆରମ୍ଭ, ଦେବତା ବିଜେ କାର୍ୟ୍ୟକ୍ରମ ଆୟୋଜିତ ହେବା ନେଇ ନିର୍ଦ୍ଧାରିତ ହୋଇଛି । ଗ୍ରାମ୍ୟ ପୁରୋହିତ ଲକ୍ଷ୍ମୀ ନାରାୟଣ ପଣ୍ଡା ଦେବକାର୍ୟ୍ୟ ସୁପରିଚାଳନା ଦାୟିତ୍ୱ ସମ୍ପର୍ଣ୍ଣ କରୁଛନ୍ତି । ଉକ୍ତ ଆଧ୍ୟାତ୍ମିକ କାର୍ୟ୍ୟକ୍ରମକୁ ବଡ଼ କାଇଁଚପୁର ଗ୍ରାମବାସୀ ବୃନ୍ଦ ସୁପରିଚାଳନାରେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.