csstore

କଳାକାରଙ୍କୁ ଅଣଦେଖା କରାଯାଉଥିବା ପ୍ରତିବାଦରେ ନୂଆପଡା ଜିଲ୍ଲା କଳାକାର ସଂଘର ପ୍ରେସମିଟ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସଂସ୍କୃତି ସଂଘର ଡିସିଓ ଦାୟିତ୍ୱରେ ଥିବା ଅଧିକାରୀ କଳାକାର ମାନଙ୍କୁ ଅଣଦେଖା କରୁଥିବାରୁ ଆଜି ଜେକେଏସ୍‌ଏସ୍‌ ଏବଂ ବିକେଏସ୍‌ଏସ୍‌ର ସମସ୍ତ କଳାକାର ମେମ୍ବର ମିସି ଏକ ପ୍ରେସ୍‌ମିଟ୍‌ ରଖିଥିଲେ । ଜିଲ୍ଲା ଉପସଭାପତି ତ୍ରିମନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରେସମିଟ ହୋଇଥିବା ବେଳେ ଜେକେଏସ୍‌ଏସ୍‌ ଏବଂ ବିକେଏସ୍‌ଏସ୍‌ର ଅନେକ କଳାକାର ମେମ୍ବର ଉପସ୍ଥିତ ରହିଥିଲେ । କଳାକାର ମାନଙ୍କ କହିବା ଅନୁଯାୟୀ ଜିଲ୍ଲାରେ ଡିସିଓ ଦାୟିତ୍ୱ ତୁଲାଇବା ଦିନଠାରୁ କଳାକାର ମାନଙ୍କ ଉନ୍ନତି ଦିଗରେ କୌଣସି କାର୍ଯ୍ୟ ହେଉନଥିବା ଉପସ୍ଥାପନ କରିଛନ୍ତି । ସେଣ୍ଟ୍ରାଲ ପେନସନ ପାଇଁ ସହଯୋଗ ନକରି ଯୋଗ୍ୟ କଳାକାର ମାନଙ୍କୁ ଅଣଦେଖା କରିବା, ଡିସିଓ ଚାର୍ଜରେ ଥାଇ ନିଜକୁ ସବୁବେଳେ ଏକ୍‌ଜୁକେଟିଭ୍‌ ମାଜିଷ୍ଟ୍ରେଟ ଭଳି ଉପସ୍ଥାପନା କରିବା, ରାଜ୍ୟରୁ କଳା ଓ କଳାକାର ମାନଙ୍କ ଉନ୍ନତି ପାଇଁ ଆସୁଥିବା ଯୋଜନା ଚିଠିପତ୍ର ଓ ଅର୍ଥ ରାଶିକୁ ଲୁକାୟିତ ରଖିବା, କଳାକାର ଭତ୍ତା ପାଇଁ ଠିକ ସମୟରେ ସରକାରଙ୍କୁ ଅବଗତ ନକରିବା ଏବଂ ଜିଲ୍ଲା ସ୍ତରୀୟ ଗ୍ରେଡେସନ ଓ ଟ୍ରେନିଂ ନ କରେଇବାରୁ ଆଜି ପ୍ରେସମିଟ ମାଧ୍ୟମରେ ସାମ୍ନାକୁ ଅଣାଯାଇଛି ବୋଲି କଳାକାର ମାନେ ସମସ୍ତେ ମିସି ସମସ୍ୟାକୁ ଉପସ୍ଥାପନା କରିଥିଲେ । ଏହି ପ୍ରେସମିଟରେ ବରିଷ୍ଠ ପାଲା କଳାକାର ଅର୍ଜୁନ ଛତ୍ରିଆ, ଡୋଲାମଣୀ ଦଣ୍ଡସେନା, ଉପେନ୍ଦ୍ର ସେଲମା, ଡଗ୍ରେଶ୍ୱର ବାଗ, ନବୀନ ନାଗ, କୃଷ୍ଣ ଚନ୍ଦ୍ର ସରାଫ, ଉମାଶଙ୍କର ହଂସ, ବସନ୍ତ ଅଦା, ଦୀନବନ୍ଧୁ ଛତ୍ରିଆ, ଅମର ବିଳାସ ପଟେଲଙ୍‌ଙ୍କ ସହ ଅନେକ କଳାକାର ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.