csstore

ଗୋଛାଡେଙ୍ଗେନ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦଘାଟନୀ ଉତ୍ସବ

କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ. ରାମପୁର ବ୍ଲକ ଗୋଛାଡେଙ୍ଗେନ ଠାରେ ଆଜି ସରପଞ୍ଚ ତଥା କଲେଜ ଅଧ୍ୟକ୍ଷ ଡକ୍ଟର ସୁରେଶ କୁମାର ପଧାନଙ୍କ ସଭାପତିତ୍ୱରେ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସର୍ବେଶ୍ୱର ପଧାନ, ମୁଖ୍ୟ ବକ୍ତା ଭାବେ, ଗୌରଗୋଠ ସୁଳିଆବୁଢ଼ା କଲେଜ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ରଣା, ସଂମାନ୍ନିତ ଅତିଥି ଭାବେ, ଶିକ୍ଷ୍ୟାବିତ ଘନ ଶ୍ୟାମ ବଗର୍ତ୍ତି, ଖଗେଶ୍ୱର ରଣା, ମ.ରାମପୁର ବ୍ଲକ ଉପାଧ୍ୟକ୍ଷ ଶମ୍ଭୁଭୂଷଣ ପଧାନ, ଅଲାତରା ସରପଞ୍ଚ ସସ୍ମିତା ନାଗ, ସମାଜସେବୀ ତଥା ମୋହନଗିରି ପଞ୍ଚାୟତ ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ୱାଳ, ବିନାୟକ କଲେଜ ଅଧ୍ୟକ୍ଷ ରୋହିତ ପଟ୍ଟନାୟକ, ଏ.ବି.ସି.ଏସ କଲେଜ ଅଧ୍ୟକ୍ଷ ରୋହିତ ସାହୁ, ହାଇସ୍କୁଲ ପ୍ରଧାନ ଶିକ୍ଷକ କୋଶିକ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ପ୍ରଦିପ କୁମାର ସାହୁ ପରିଚାଳନା କରିଥିବାବେଳେ ଅଧ୍ୟାପକ ଈଶ୍ୱର ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅଞ୍ଚଳର ବୁଦ୍ଧିଜୀବୀ, ସମାଜସେବୀ, ଅଭିଭାବକ, ଛାତ୍ରଛାତ୍ରୀ, ନାରୀନେତ୍ରୀ ଓ ମାତୃଶକ୍ତି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.