pakka

କଣ୍ଟାବାଞ୍ଜି ବିଧାୟକ ଓ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଧିନରେ ଥିବା ସମସ୍ତ ଏସବିଆଇ ସିଏସପି ପରିଚାଳକ/ପରିଚାଳିକା ବିଗତ ୧୦ ବର୍ଷରୁ ଅଧିକ ହେବ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ବ୍ୟାକିଂ ସେବା ପ୍ରଦାନ କରିଆସୁଛନ୍ତି । ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ସିଏସପି ପରିଚାଳକ ମାନଙ୍କୁ ସିଏସପି ପ୍ଲସରେ ଅନ୍ତର୍ଭୁକ୍ତ ପାଇଁ କଣ୍ଟାବାଞ୍ଜି ବିଧାୟକ ଓ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର କରାଯାଇଛି । ଦାବି ଗୁଡିକ ମଧ୍ୟରେ ଜନଧନ ଯୋଜନାରେ ଆର୍ଥିକ ଅନ୍ତର୍ଭୁକ୍ତ କରଣ କରିବା, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ଜନହିତକାରୀ ଯୋଜନାରେ ଆସିଥିବା ଅର୍ଥକୁ ହିତାଧିକାରୀଙ୍କୁ ପ୍ରଦାନ କରି ଯୋଜନାକୁ ସଫଳ ରୂପାୟନ କରିବା, ଗ୍ରାମାଞ୍ଚଳରେ ଲୋକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରିବା, କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ଆର୍ଥିକ ସେବା ଯୋଗାଇବା, ୨୦୧୬ ବିମୁଦ୍ରି କରଣ ସମୟରେ ଲୋକଙ୍କୁ ନିରନ୍ତର ଆର୍ଥିକ ସେବା ଯୋଗାଇବା ପାଇଁ ଦାବୀ କରିଥିଲେ । ରାଜ୍ୟ ସରକାର ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟାକିଂ ସେବା ପ୍ରଦାନ ପାଇଁ ନୂତନ ଭାବେ ସିଏସପି ପ୍ଲସ ଖୋଲିବାକୁ ଯୋଜନା ଘୋଷଣା କରିଛନ୍ତି । ଏହା ଦ୍ୱାରା ୧୦ ବର୍ଷ ଧରି ସେବା ପ୍ରଦାନ କରିଆସୁଥିବା ସିଏସପି ପରିଚାଳକ ଓ ପରିଚାଳନା ମାନଙ୍କ ଜୀବିକା ଉପରେ ଘୋର ବ୍ୟାଘାତ ସ୍ୱଷ୍ଟି କରିବା ସଙ୍ଗେ ସଙ୍ଗେ ପରିବାରର ଭରଣ ପୋଷଣ ଉପରେକୁ ପ୍ରଭାବ ପକାଇବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ବଙ୍ଗୋମୁଣ୍ଡା ଓ ମୁରିବାହାଲ ଏସବିଆଇ ସିଏସପି ପରିଚାଳକ ଓ ପରିଚାଲିକା ସଂଘର ସଭାପତି ଜଗନ୍ନାଥ ରଣା, ସମ୍ପାଦକ ଗୋବିନ୍ଦ ପୁଟେଲଙ୍କ ସମେତ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

1 − one =

error: Content is protected !!