csstore

ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟରେ ବିଜେଡି ଓ ବିଜେପି ମୁହାଁମୁହିଁ

ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ମରୁଆ ସରପଞ୍ଚଙ୍କ ସ୍ୱାମୀ କୌଣସି କାର୍ଯ୍ୟକୁ ନେଇ ପାଟଣାଗଡ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ସହ ଆଲୋଚନା କରୁଥିବା ସମୟରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ସେଠାରେ ହଠାତ୍‌ ପହଞ୍ଚି ମରୁଆ ସରପଞ୍ଚ ବନିତା ପରୁଆଙ୍କ ସ୍ୱାମୀ ସ୍ୱରୂପ ପରୁଆଙ୍କୁ ବିଡିଓଙ୍କ କାର୍ଯ୍ୟାଳୟରେ ଆକ୍ରମଣ କରିଥିଲେ । ପରେ କାର୍ଯ୍ୟାଳୟରୁ ବାହାରି ବିଡିଓଙ୍କ କାର୍ଯ୍ୟାଳୟର ସମ୍ମୁଖରେ ୫ ଜଣ ସରପଞ୍ଚଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିଲେ । ପରେ ଗୁରୁତର ଅବସ୍ଥାରେ ସ୍ୱରୂପ ପରୁଆ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ମାମଲାରେ ପାଟଣାଗଡ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ କରାଯାଇଛି । ପୋଲିସ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନିଳକାନ୍ତ ବାଗଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଓ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ମାନଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଛି ବୋଲି ପାଟଣାଗଡ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.