
ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଲକ୍ ସ୍ଥିତ ଶ୍ରୀଜଗନ୍ନାଥ, ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ରଥଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତ ୧୫ ତାରିଖ ଦିନ ସ୍ଥାନୀୟ କଳାକାରଙ୍କ ଦ୍ୱରା ଭଜନ ପରିବେଷଣ,୧୬ ତାରିଖ ଦିନ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ଵାରା ଶ୍ରୀଜଗନ୍ନାଥ କଥାମୃତ, ୧୭ ତାରିଖ ଦିନ ହରିଶୟନ ଏକାଦଶୀ, ସୁନାବେଶ ପାଇଁ ବାପି ଡ୍ୟାନ୍ସ ଗୃପ ତରଫରୁ ନୃତ୍ୟ ପରିବେଷଣ, ୧୮ ତାରିଖ ଦିନ ବିଶିଷ୍ଟ ଭଜନ ଗାୟକ ରବିନ୍ଦ୍ର ମହାପାତ୍ର ଓ ସାଥୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ ଓ ୧୯ ତାରିଖ ଦିନ ଶ୍ରୀଜିଉ ମାନଙ୍କର ନିଳାଦ୍ରୀ ବିଜେ ଉପଲକ୍ଷେ ଶ୍ରୀ ସାଇକଳା ପରିଷଦ ପରିବେଶିତ ଗୀତିନାଟ୍ୟ ଲକ୍ଷ୍ମୀନାରାୟଣ ଅଳିକଳି ପରେ ଶ୍ରୀଜିଉଙ୍କର ରତ୍ନ ସିଂହାସନ ବିଜେ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବାଦିନ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ବିଭିନ୍ନ ଦିନ ମାନଙ୍କରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହ ସହରର ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟି ଆଲୋକ ରଞ୍ଜନ ମଲ୍ଲିକ, ବ୍ରଜେନ୍ଦ୍ର ଦାସ, ଅମୂଲ୍ୟ ମିଶ୍ର, ବିନୟ ମହାନ୍ତି, ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ବ୍ରଜେନ୍ଦ୍ର ଦାଶ ମଞ୍ଚ ସଂଯୋଜନା କରିଥିବାବେଳେ ଶେଷରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଟ୍ରଷ୍ଟି ଶ୍ରୀ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।
