ବିଜେପି ନେତା କୈଳାଶ ମେହେରଙ୍କ ପରଲୋକ

ପାଟଣାଗଡ଼, (ଅଜିତ ପୁରୋହିତ) : ପାଟଣାଗଡ଼ ବ୍ଲକ୍‌ ମୁଣ୍ଡୋମହୁଲ ଗ୍ରା.ପ.ର ପୂର୍ବତନ ସରପଞ୍ଚ, ରାଣୀସଗର ଗାଁର ଗଅଁନ୍ତିଆ ତଥା ବିଜେପି. ନେତା କୈଳାଶ ମେହେର(୬୪)ଙ୍କ ପରଲୋକ ହୋଇଯାଇଥିବା ଖବର ଆସିବା ପରେ ସାରା ଅଂଚଳରେ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି । କରୋନା ଆକ୍ରାନ୍ତ ହେବାପରେ ସେ ବରଗଡ଼ ସ୍ଥିତ ବିକାଶ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଇଛି । ପୂର୍ବରୁ ସେ ଜୋନ୍‌-୧୬ର ଜିଲ୍ଲା ପରିଷଦ ସଭ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିବା ସଂଗେ ସଂଗେ ବିଜେପି. ମଣ୍ଡଳ ସଭାପତି ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ଜଣେ ସୁସଂଗଠକ, ପରୋପକାରୀ ତଥା ମେଳାପୀ ମଣିଷ ଭାବେ ସେ ଖୁବ୍‌ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁ ଖବରରେ ସାରା ପାଟଣାଗଡ଼ ବ୍ଲକ୍‌ ଅଂଚଳ ସ୍ତବ୍ଧ ହୋଇ ହୋଇ ଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.