ପାଣି କାଦୁଅ ପଚ ପଚ ରାସ୍ତା

ଖଡିଆଳ : ଖଡିଆଳ ସହରର ୬ନଂ ୱାର୍ଡ ସ୍ଥିତ ମାଛବଜାର ଗଳି ନିକଟରେ ତିନୋଟି ସ୍ଥାନରେ ପାନୀୟ ଜଳ ଯୋଗାଣ ପାଇଁ ବିଛା ଯାଇଥିବା ପାଇପ୍‌ ଫାଟି ଯାଇ ରାସ୍ତାରେ ପାଣି ବୋହୁଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ପାଣି ବୋହୁଥିବା ସ୍ଥାନରେ ଡ୍ରେନ୍‌ ଥିବାଯୋଗୁଁ ଯୋଗୁଁ ଡ୍ରେନ୍‌ର ପାଣି ସବୁ ପାଇପ୍‌ ଫାଟ ମଧ୍ୟଦେଇ ପାଇପ୍‌ ଭିତରକୁ ପ୍ରବେଶ କରୁଥିବା ଜଣାପଡ଼ିଛି । ଉକ୍ତ ସମସ୍ୟା ଅନେକ ଦିନରୁ ଲାଗି ରହିଥିବା ବେଳେ ଏହାର ମରାମତି ପାଇଁ ୱାର୍ଡବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଜଣାଇ ଆସୁଥିଲେ ସୁଦ୍ଧା ଏଥିପ୍ରତି ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନଥିବା ୱାର୍ଡବାସୀ ଅଭିଯୋଗ କରିଛନ୍ତି । ଉଚ୍ଚ କତ୍ତୃପକ୍ଷଙ୍କୁ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ମରାମତି କରିବାକୁ ୱାର୍ଡର ପ୍ରଦୀପ ତ୍ରବେଦୀଙ୍କ ସମେତ ଅନ୍ୟ ୱାର୍ଡବାସୀମାନେ ଦାବୀ କରିଛନ୍ତି । ଖୁବ୍‌ଶୀଘ୍ର ପାଇପ୍‌ ମରାମତି ନହେଲେ ଆଗାମୀ ଦିନରେ ଏନେଇ ଆନ୍ଦୋଳନ କରାଯିବ ବୋଲି ୱାର୍ଡବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

two × 5 =