ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର ମଣ୍ଡୋମହୁଲ ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତା ଏବେ ପାଣି କାଦୁଅ ପଚପଚ ହୋଇ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା କେବଳ ଚିନ୍ତାଡୁଙ୍ଗୁରୀ ଏବଂ ପିପଲଡାବରରୁ ମଣ୍ଡୋମହୁଲକୁ ସଂଯୋଗ କରିଥାଏ ତାହା ନୁହେଁ, ଏହି ପିପଲଡାବର ରାସ୍ତା ଓ ଏହାର ବିଭିନ୍ନ ପଡୋଶୀ ଗ୍ରାମବାସୀ ଖାଲି ପଞ୍ଚାୟତକୁ ଯିବା ପାଇଁ ନୁହଁ ଜଙ୍ଗଲକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ରହିଛି, ହେଲେ ଜଙ୍ଗଲ କର୍ତ୍ତୃପକ୍ଷ କାହିଁକି ଚୁପ୍ ପଡି ରହିଛନ୍ତି । ତାହା ଏ ଯାଏଁ ଉତ୍ତର ମିଳି ପାରିନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏ ବିଷୟରେ ମଣ୍ଡୋମହୁଲ ସରପଞ୍ଚଙ୍କୁ ପ୍ରଶ୍ନ କରିବାରୁ ସେ କହିଲେ ଯେ, ସେହି ରାସ୍ତା କେବଳ ଜଙ୍ଗଲ, କିନ୍ତୁ ଅନ୍ୟ ରାସ୍ତା ବାହାର କଲେ ମୁଁ ନିଜେ ପିପଲଡାବରରୁ ମଣ୍ଡୋମହୁଲକୁ ରାସ୍ତା ତିଆରି କରି ଦେବି । ଏଠି ଆଉ କେତେ ଦିନ ଏହି ରାସ୍ତା ପଡିରହିବ ନା ରାସ୍ତା ମରାମତି ହେବ ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି ।