om academy

ଆଜିଠୁ ହେବ ହେଲ୍‌ମେଟ ଚେକିଂ କଡ଼ାକଡ଼ି : ବାଇକ ପଛ ସିଟ୍‌ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ

jsm

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଆଜିଠୁ ହେବ ହେଲ୍‌ମେଟ ଚେକିଂ କଡ଼ାକଡ଼ି ହେବ । ବାଇକ ପଛ ସିଟ୍‌ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ପି‌ନ୍ଧିବା ବାଧ୍ୟତାମୂଳକ ହେବ । ଯେଉଁମାନେ ହେଲ୍‌ମେଟ ପିନ୍ଧି ନ ଥିବେ ସେମାନଙ୍କର ଅନ୍ୟାନ୍ୟ ଗାଡି କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଏ ସଂପର୍କରେ ସୂଚନା ଦେଇଛନ୍ତିି । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ତାଗିଦ ପରେ ରାଜ୍ୟ ସରକାର ଦୁର୍ଘଟଣା ହ୍ରାସ କରିବାକୁ ବାଇକ ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି । ରାଜ୍ୟରେ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ନୂଆବର୍ଷରୁ ଡବଲ ହେଲ୍‌ମେଟ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଟ୍ରାଫିକ୍‌ ନିୟମକୁ ବି କଡ଼ାକଡ଼ି କରିବାକୁ ଟ୍ରାଫିକ୍‌ ଏବଂ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.