csstore

କବିତା ଝଙ୍କାରର ସାହିତ୍ୟ ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘କବିତା ଝଙ୍କାର’ ସାହିତ୍ୟ ସଂସଦ ତରଫରୁ ୱେବିନାର ମାଧ୍ୟମରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ଓଡିଆ ଭାଷା ସାହିତ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ ପୂର୍ବକ ସାରା ଓଡିଶାକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା, ମନ୍ଦାକିନୀ କବିତା ଝଙ୍କାର, ସ୍ରୋତସ୍ୱିନୀ କବିତା ଝଙ୍କାର ଓ କଲ୍ଲୋଳିନୀ କବିତା ଝଙ୍କାର । ଦେଶ ଓ ଦେଶ ବାହାରେ ଥିବା କବି, କବୟିତ୍ରୀ ଓ ସାହିତ୍ୟ ପ୍ରେମିଙ୍କ ସାହିତ୍ୟର ବିକାଶ ପାଇଁ ପ୍ରବାସୀ କବିତା ଝଙ୍କାର କମିଟୀ ଗଠନ କରାଯାଇଛି । ଓଡିଶାର ୩୦ ଜିଲ୍ଲାରେ ‘ଫେସବୁକ କଳାପଟା’ ଆରମ୍ଭ କରିବାକୁ ପଦେକ୍ଷପ ଗ୍ରହଣ କରାଯାଇଛି । ଅନୁଷ୍ଠାନର ଇ ମ୍ୟାଗାଜିନ “ତ୍ରୀବେଣୀ” ପାଇଁ ଲେଖା ଆହ୍ୱାନ କରାଯାଇଛି । ଏହି ଆସରରେ କବିତା ଝଙ୍କାରର ରାଜ୍ୟ ସଭାପତି କବି କୃଷ୍ଣ ଚନ୍ଦ୍ର ବାରିକ ଅଧ୍ୟକ୍ଷତା କରିଥିଲେ । ସଭା ପ୍ରାରମ୍ଭରେ ପ୍ରତିଷ୍ଠାତା ସଂପାଦକ ଶିବାତ୍ମକ ପଣ୍ଡା ବିବରଣି ପାଠ କରିଥିଲେ । ଏହାପରେ ଏକ କବିତା ପାଠର ଆୟୋଜନ କରାଯାଇଥିଲା । ପରିଚାଳନା କମିଟୀର ରାଜ୍ୟ ଆବାହକ ଅଭିନବ ପଟ୍ଟନାୟକ, ରାଜ୍ୟ ମୂଖ୍ୟ ଉପଦେଷ୍ଟା ରବିଚନ୍ଦ୍ର ପଶାୟତ, ରାଜ୍ୟ ପରିଚାଳନା ସଂପାଦିକା ସବିତା ତ୍ରିପାଠୀ, ମାର୍ଗଦର୍ଶିକା ସୁମିତ୍ରା ପୁରୋହିତ, ପ୍ରବାସୀ କବିତା ଝଙ୍କାରର ସଭାପତି ଗଜିନ୍ଦ୍ର କୁମାର ସାହୁ, ରାଜ୍ୟ ସଂଯୋଜକ ରାମ ନାରାୟଣ ଦାଶ, ରାଜ୍ୟ ଉପସଭାପତି ଦେବେନ୍ଦ୍ର କୁମାର ନାୟକ, ଯାଜପୁର ସଂପାଦିକା ପ୍ରିୟସୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ବାଉଳ, କଟକ ସଂପାଦିକା ପ୍ରିିିୟଙ୍କା ପଣ୍ଡା, ବାଲେଶ୍ୱର ସଂପାଦକ ଗୋପିନାଥ ସେଠି, ବଲାଙ୍ଗିର ସଂପାଦକ ଭକ୍ତବନ୍ଧୁ ମେହେର, ସୁନ୍ଦରଗଡ ସଂପାଦକ ଟୋନିଶ ରୋହିଦାସ, ସୁବର୍ଣ୍ଣପୁର ସଂପାଦକ ବନବାସ ମେହେର, କନ୍ଦୁରି ଚରଣ ନାୟକ, ପବିତ୍ର ବେହେରା, କୃଷ୍ଣପ୍ରୀୟା ପାଲାଟା ସିଂ, ସୁନିଲ କୁମାର ଗଙ୍ଗଦେବ, ନରେଶ କୁମାର ପାତ୍ର, ପୁଷ୍ପଲତା ମିଶ୍ର, ସୁନନ୍ଦା ମହାନ୍ତି, ଦେବେନ୍ଦ୍ର ହଂସ, ବିଶ୍ୱଜିତ ଦାଶ, ଗୋବିନ୍ଦ୍ର ଚନ୍ଦ୍ର ଭାରତ, ସୁବ୍ରତ କୁମାର ସାହୁ, ଚନ୍ଦ୍ରମଣି ବାଘ, ପ୍ରଶାନ୍ତ ପ୍ରଧାନ ସୌଦାମିନୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ କବୟିତ୍ରୀ ସବିତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.