jayashree

ପୁସ୍ତକ ଉନ୍ମୋଚନ ଓ କବିତା ଆସର

ପାଟଣାଗଡ, (ଅଶୋକ କୁମାର ବାଗ) : ପାଟଣାଗଡ ମେହେର ଭବନଠାରେ ତହଁକ୍ କୁଟୁମ୍ ଏବଂ ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଏକ କୋଶଲୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ କବି ଆଶୁତୋଷ ମେହେର, ସମ୍ମାନିତ ଅତିଥି ଭାବେ ତହଁକ ସମ୍ପାଦକ ରାଜେଶ ଦଣ୍ଡସେନା, ଅରୁଣ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ତ୍ରିଶକ୍ତି ସମ୍ପାଦକ ଦିଲୀପ ମିଶ୍ର, ସମୀକ୍ଷକ ଭାବେ ରତ୍ନମୟ ତ୍ରିପାଠୀ ଏବଂ କବି ପୁଷ୍ପାଞ୍ଜଳି ମେହେର ମଞ୍ଚାସୀନ ଥିଲେ । ଦିଲୀପ ମିଶ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ତହଁକ ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ସଭା ପରିଚାଳନା କରିଥିଲେ । ରତ୍ନମୟ ତ୍ରିପାଠୀ କବିତା ଗୁଚ୍ଛକୁ ସମୀକ୍ଷା କରିଥିଲେ । କବି ଗୋପାଲ ମେହେର ଏବଂ କବୟିତ୍ରୀ ପୁଷ୍ପାଞ୍ଜଳି ମେହେରଙ୍କ ତତ୍ତ୍ଵାବଧାନରେ ଏହା ଆୟୋଜନ କରାଯାଇଥିଲା । କବୟିତ୍ରୀ ମେହେରଙ୍କ କବିତା ଗୁଚ୍ଛ “ପ୍ରଥମ ଫୁଲର ଅର୍ଘ୍ୟ” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଦ୍ଵିତୀୟ ଅଧିବେଶନ କବିତା ଆସରରେ କବି ମଧୁସୂଦନ ଦାସଙ୍କ ସଭାପତିତ୍ୱରେ ଅତିଥି ଡକ୍ଟର ନିରଞ୍ଜନ ପଣ୍ଡା, ସୁଶାନ୍ତ ବାଗ, ସଂଯୁକ୍ତା ପରିଚ୍ଛା, ରାଜୀବ ପ୍ରସାଦ ଭୋଇ ମଞ୍ଚାସୀନ ଥିଲେ । ପ୍ରତିମା ମେହେର, ପ୍ରଭାସିନୀ ଭୋଇ ଏବଂ ସୁଦେଷ୍ଣା ମିଶ୍ରଙ୍କ କବିତା ସଂଯୋଜନାରେ ୪୦ରୁ ଉର୍ଦ୍ଧ୍ବ କବି କବିତା ପଠନ କରିଥିଲେ । ରାଜେଶ ଶର୍ମା, ଅନସୂୟା ମେହେର, ଶୁଭଶ୍ରୀ ଭୋଇ, ରାଣା ପ୍ରଧାନ, ସନ୍ତୋଷୀ ମେହେର ସହଯୋଗ କରିଥିଲେ । ଶେଷର ଆୟୋଜକ ଗୋପାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!