csstore

“ଭଏସ୍ ଅଫ୍ ଆଲୋକ” ତରଫରୁ ବଲାଙ୍ଗିର୍ ଦିନ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର୍ ଦିନ୍ ଉପଲକ୍ଷେ “ଭଏସ୍ ଅଫ୍ ଆଲୋକ” ଫେସବୁକ୍ ପେଜ୍ ତରଫରୁ ଅନଲାଇନ୍ କବିତା ଆସରର ଆୟୋଜନ କରାଯାଇଥିଲା । ଉକ୍ତ ଆସରରେ ସଭାପତି ତ୍ରିଲୋଚନ ସାହୁ ସଭାପତିତ୍ୱ କରିଥିଲେ । ସଂପାଦକ ଆଲୋକ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ ତଥା କୋଷାଧ୍ୟକ୍ଷ ଭାଗ୍ୟବନ୍ତ ମହାଲିଙ୍ଗ ସଭା ସଂଯୋଜନା କରିଥିଲେ । ଉକ୍ତ କବିତା ଆସରରେ କବି ଦେବେନ୍ଦ୍ର ଭୋଇ, ସୁନନ୍ଦ ତ୍ରିପାଠୀ, କବୟିତ୍ରୀ ଯାଜ୍ଞସେନୀ ସାହୁ, କବି ଆଶୁତୋଷ ଠାକୁର ପ୍ରମୁଖ ନିଜ ନିଜର କବିତା ଉପସ୍ଥାପନ କରିଥିଲେ। ଶେଷରେ ସହସଂପାଦକ ଚନ୍ଦନ ମିଶ୍ର ତଥା ମୋଡେରେଟର୍ ଅର୍ପିତାରାଣୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ବଲାଙ୍ଗିର ଦିନ୍ ଉପଲକ୍ଷେ ହୋଇଥିବା ଏହି ଆସରକୁ ଶହ ଶହ ଦର୍ଶକ ଭୁରି ଭୁରି ପ୍ରଶଂସା କରିଥିଲେ ।

jayashree
Leave A Reply

Your email address will not be published.